ଗାଇସିଲେଟ- ବୃଦ୍ଧ, ବୃଦ୍ଧା, ଜନସାଧାରଣଙ୍କୁ ଉପଯୁକ୍ତ ମାଗଣା ବ୍ଯାଙ୍କ ସେବା ଯୋଗାଇଦେବା ପାଇଁ ପ୍ରତ୍ଯେକ ଗ୍ରାମ ପଞ୍ଚାୟତ ମାନଙ୍କରେ ବିଗତ ନବୀନ ପଟ୍ଟନାୟକ ସରକାର ଗ୍ରାହକ ସେବାକେନ୍ଦ୍ର (ସିଏସପି)ବା ମୋ ବ୍ୟାଙ୍କ ସେବା ଯୋଜନା ଆରମ୍ଭ କରିଥିଲେ।ଏହା ଏକ ଯୁଗାନ୍ତକାରୀ ଯୋଜନା।
ଗୁଦେରପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏପରି ଏକ ଗ୍ରାହକ ସେବାକେନ୍ଦ୍ର ଖୋଲାଯାଇଛି ଯାହାକି ଦିପ୍ତୀପୁର ଷ୍ଟଟ ବ୍ୟାଙ୍କର ତତ୍ତ୍ଵାବଧାନରେ ଚାଲୁଛି। କିନ୍ତୁ ଦୀର୍ଘ ପାଞ୍ଚଦିନ ହୋଇଗଲା ଲିଙ୍କ୍ ଫେଲ୍ ଯୋଗୁଁ ଲୋକଙ୍କ ଟଙ୍କା ଜମା, ଟଙ୍କା ଉଠାଣ ଏବଂ ପାସ୍ ବହି ପ୍ରିଣ୍ଟ କରିବା କାମ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି ।
ବ୍ୟାଙ୍କ କର୍ମଚାରୀ ଗ୍ରାହକ ମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଯାହାଫଳରେ ଗୁଦେରପାଲି ଅଞ୍ଚଳରେ ଥିବା ଅନ୍ୟାନ୍ୟ ବେସରକାରୀ ସହଜ ଜନସେବା କେନ୍ଦ୍ର ମାନଙ୍କ ପାଖକୁ ଲୋକେ ଯାଇ ବାଧ୍ୟ ହୋଇ ଏକହଜାର ଟଙ୍କା ଉଠାଣ ବାବଦକୁ ଜନସେବା କେନ୍ଦ୍ର ମାଲିକ ମାନଙ୍କୁ ଏକଶହ ଟଙ୍କା ଦେଉଥିବା ଅଭିଯୋଗ ହେଉଛି।
ପାର୍ବଣ ଋତୁରେ ମାଗଣା ଗ୍ରାହକ ସେବାକେନ୍ଦ୍ର ବା ସିଏସପିର ଦୀର୍ଘ ଦିନ ଧରି ଏପରି ଲିଙ୍କ୍ ଫେଲ୍ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।