Saturday, March 7, 2026
Homeରାଜ୍ୟଗୋପବନ୍ଧୁ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର : ୪୧ୟୁନିଟ ରକ୍ତ ସଂଗୃହୀତ ।

ଗୋପବନ୍ଧୁ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର : ୪୧ୟୁନିଟ ରକ୍ତ ସଂଗୃହୀତ ।

ବରଗଡ-ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଲିପାଲି ଗ୍ରାମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଗୋପବନ୍ଧୁ କ୍ଲବ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଗୋବିନ୍ଦ ସାହୁ, ସମିତି ସଭ୍ୟା ସ୍ଵର୍ଣ୍ଣମୟୀ ଭୋଇ ଗୋପବନ୍ଧୁ କ୍ଲବର ସଭାପତି କ୍ଷୀତିପତି ପଧାନ, ସମାଜସେବୀ ବୁଧରାଜ ମହାନନ୍ଦ, ରବୀନ୍ଦ୍ର ଭୋଇ ଯୋଗଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।

ଏହି ଶିବିରରେ ତିନି ଯୋଡା ଦମ୍ପତ୍ତିଙ୍କ ସମେତ ଚାରି ଜଣ ମହିଳା ଓ ୩୧ଜଣ ପୁରୁଷଙ୍କ ସର୍ବମୋଟ ୪୧ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଏହି ଶିବିରକୁ ଗୋପବନ୍ଧୁ କ୍ଲବର ଲବ ପଧାନ,ବିବେକ ଭୋଇ,ଗଙ୍ଗାଧର ପଧାନ, ବିଶ୍ବ ଭୋଇ, ବିଶ୍ୱ ବେହେରା ଅନ୍ୟ ସଦସ୍ୟ ମାନେ ଓ ନିଷ୍ଠା ପରିବାରର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ଗୋବାବନ୍ଧୁ କ୍ଲବକୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

error: Content is protected !!