Sunday, November 24, 2024
spot_imgspot_imgspot_img
Homeରାଜ୍ୟ“ବରଗଡ କେୟାର୍ସ ” କର୍କଟ ରୋଗର ପ୍ରାଥମିକ ଚିହ୍ନଟ ଏବଂ ସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲା...

“ବରଗଡ କେୟାର୍ସ ” କର୍କଟ ରୋଗର ପ୍ରାଥମିକ ଚିହ୍ନଟ ଏବଂ ସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲା ପ୍ରଶାସନର ନିଜସ୍ୱ ଅଭିଯାନ ।

ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ସମସ୍ତ ବିଭାଗର ସମନ୍ଵୟରେ ତୃଣମୂଳ ସ୍ତରରେ ଲୋକଙ୍କୁ କର୍କଟ ରୋଗ ଏବଂ ଏହାର କାରକ ବିଷୟରେ ସଚେତନ କରିବା ସହ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଅଭିଯାନର ମୁଖ୍ୟ ଉଦେଶ୍ୟ ।

ଅଭିଯାନରେ ସାମିଲ ହୋଇ ଲୋକଙ୍କୁ କର୍କଟ ରୋଗ ବିଷୟରେ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ ।

ବରଗଡ଼-ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟର ସଠିକ ଯତ୍ନର ଅଭାବ ଏବଂ ଦୂଷିତ ପରିବେଶ ତଥା ମିଶ୍ରିତ ଖାଦ୍ୟ ଗ୍ରହଣ ଯୋଗୁଁ ଅଧିକାଂଶ ଲୋକ ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତ I ସେମାନଙ୍କ ମଧ୍ୟରୁ କର୍କଟ ରୋଗ ଅନ୍ୟତମ I ସଚେତନତାର ଅଭାବ ଯୋଗୁଁ ଆମ ଦେଶରେ ବହୁତ ଲୋକଙ୍କୁ ଏହି ରୋଗରେ ନିଜ ପ୍ରାଣର ଆହୁତି ଦେବାକୁ ପଡିଥାଏ I କେବଳ ସେତିକି ନୁହେଁ, ରୋଗଟି ନିରୂପଣ କଲାବେଳେ ଅଧିକାଂଶ ସମୟରେ ବହୁତ ଡେରି ହୋଇ ଯାଇଥାଏ ଏବଂ କେବଳ ରୋଗୀ ନୁହେଁ ତାଙ୍କ ପରିବାର ମଧ୍ୟ ସର୍ବଶାନ୍ତ ହୋଇଯାଏ I ଆଇସିଏମଆର (ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ) ର ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ୯ ଜଣ ଲୋକଙ୍କ ମଧ୍ୟରୁ ଜଣେ ନିଜ ଜୀବନ କାଳ ମଧ୍ୟରେ କର୍କଟ ରୋଗରେ ପୀଡିତ ହେଉଛନ୍ତି I

୨୦୨୨ ମସିହାରେ ଭାରତରେ ୧୪.୧୬ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାଙ୍କ ମଧ୍ୟରୁ ହୃଦ୍ରୋଗରେ ମୃତ୍ୟୁ ହାର (୬୩.୩%) ସର୍ବାଧିକ ଏବଂ କର୍କଟ (୧୮.୧%) ଅଧିକ ହୋଇଥାଏ। ସମସ୍ତ ତଥ୍ୟ କୁ ଅନୁଶୀଳନ କଲେ ଜଣାଯାଏ ଯେ, ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲାରେ କର୍କଟ ରୋଗ ଏକ ପ୍ରମୁଖ ଆହ୍ୱାନ ଭାବେ ମୁଣ୍ଡ ଟେକି ରହିଛି I ତେଣୁ କୋକଙ୍କୁ କର୍କଟ ରୋଗର ପ୍ରାଥମିକ ଚିହ୍ନଟ ଏବଂ ସହାୟତା ମାଧ୍ୟମରେ ସଚେତନତା ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ବରଗଡ ଜିଲ୍ଲା ପ୍ରଶାସନ “ବରଗଡ କେୟାର୍ସ ” ନାମକ ଏକ ନିଜସ୍ୱ ଅଭିଯାନ ଆରମ୍ଭ କରିଛନ୍ତି I

ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ସମସ୍ଥ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷାକରି କର୍କଟ ରୋଗର ସମ୍ଭାବ୍ୟ ଉତ୍ସ ଗୁଡିକୁ ନିୟନ୍ତ୍ରଣ ପାଇଁ ପ୍ରୟାସ କରିବା ସହ ତାଲିମ ଶିବିର, ପ୍ରଦର୍ଶନୀ, ଆଲୋଚନା ଚକ୍ର ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ I କର୍କଟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ କାଉନସିଲିଂର ସୁବିଧା ମଧ୍ୟ ଯୋଗାଇ ଦିଆଯିବ I ସମସ୍ତ ବିଭାଗୀୟ ଅଧିକାରୀ ନିଜ ବିଭାଗର ଫ୍ଲାଗସିପ୍ ପ୍ରୋଗ୍ରାମ୍ / ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ସମୟରେ ଲୋକଙ୍କୁ ସଚେତନ କରିବେ I ସ୍ଵାସ୍ଥ୍ୟ ବିଭାଗ ବ୍ଲକ୍ ୱାରୀ କର୍କଟ ରୋଗୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ନିର୍ଦ୍ଧିଷ୍ଟ ବ୍ଲକରେ ବ୍ୟାପୁଥିବା କର୍କଟ ରୋଗର ପ୍ରକାରଭେଦ ଅନୁଯାୟୀ ବ୍ଲକ ଚିହ୍ନଟ କରିବ ।

ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଆୟୁଷ୍ମାନ ଆରୋଗ୍ୟମ ଶିବିର ଆୟୋଜନ କରି କର୍କଟ ରୋଗ ବିଷୟରେ ସ୍ଵାସ୍ଥ୍ୟ ବିଭାଗ ଲୋକଙ୍କୁ ସଚେତନ କରିବ I ସେହିଭଳି କୃଷି ବିଭାଗ ନିୟମିତ ନିର୍ଦ୍ଧିଷ୍ଠ ସମୟ ବ୍ୟବଧାନରେ ମୃତ୍ତିକା ପରୀକ୍ଷା କରି କୀଟନାଶକ ବ୍ୟବହାର କମ କରିବା ସହ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ପାଇଁ କୃଷକଙ୍କୁ ଉତ୍ସାହିତ କରିବ I ଖାଦ୍ୟ ନିରୀକ୍ଷକ ମେଡିକାଲ୍ କର୍ମଚାରୀଙ୍କ ସହଯୋଗରେ ଖାଦ୍ୟ ପ୍ରସ୍ତୁତି କିମ୍ବା ପ୍ୟାକେଜିଙ୍ଗରେ ବ୍ୟବହୃତ କର୍କିନୋଜେନିକ୍ ପଦାର୍ଥର ନକାରାତ୍ମକ ପ୍ରଭାବ ବିଷୟରେ ଷ୍ଟ୍ରିଟ ଫୁଡ ବିକ୍ରେତା, ହୋଟେଲ ଏବଂ ଦୋକାନୀଙ୍କୁ ସଚେତନ କରିବା ସହ ସ୍କ୍ୱାର୍ଡ ଟିମ ଗଠନ କରି ନିର୍ଦ୍ଧିଷ୍ଠ ନିୟମିତ ଭାବେ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଏବଂ ଫଳମୂଳର ମାନ ତଦାରଖ କରିବେ I ଡ୍ରଗ୍ ଇନ୍ସପେକ୍ଟର, ନିଷିଦ୍ଧ ତଥା ମିଆଦ ପୂର୍ଣ୍ଣ ଔଷଦ ବିକ୍ରୟ ନିୟମିତ ଭାବେ ତଦାରଖ କରିବା ସହ ସଠିକ ଔଷଧ ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରିବେ I

ଶିକ୍ଷା ବିଭାଗ ଉଚ୍ଚ ବିଦ୍ୟାଳୟ ସ୍ତରରେ ସଚେତନତା ଶିବିର ଏବଂ ପ୍ରଦର୍ଶନୀ ଆୟୋଜନ କରି କର୍କଟ ରୋଗ ବିରୋଧୀ ଜୀବନ ଶୈଳୀ ଏବଂ ଜୈବିକ ତଥା ସ୍ଥାୟୀ କୃଷି ପଦ୍ଧତି ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବେ I ଏହି ପ୍ରରିପ୍ରେକ୍ଷୀରେ ଆଜି ସ୍ଥନୀୟ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଉକ୍ତ ଅଭିଯାନ ଶୁଭାରମ୍ଭ କରାଯାଇଛି I ଉଦ୍ଘାଟନୀ ଉତ୍ସବର ପ୍ରଥମ ସଂପାନରେ କାର୍ଯ୍ୟକ୍ରମର ସମସ୍ତ ଅତିଥିଙ୍କ ଦ୍ୱାରା ବରଗଡ଼ କେୟାର୍ସର ଲୋଗୋ ଉନ୍ମୋଚନ କରିବା ପରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅଭିଯାନ ବିଷୟରେ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ I ଏହାପରେ ଏନ୍ସିଡି ଅତିରିକ୍ତ ନିର୍ଦ୍ଦେଶକ ଡ଼ ସୁଶାନ୍ତ କୁମାର ସ୍ୱାଇଁ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର, ସ୍ୱତନ୍ତ୍ର ସଚିବ ଡ଼ ଜିତେନ୍ଦ୍ର ମୋହନ ବେବର୍ତ୍ତା କର୍କଟ ରୋଗର କାରଣ ଏବଂ ନିରାକରଣ ବିଷୟରେ ବୁଝାଇବା ସହ ରୋଗକୁ ଶୀଘ୍ର ଚିହ୍ନଟ କରିବା ପାଇଁ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ I

ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୋୖରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀମତୀ ମାନିନୀ ଭୋଇ ଜିଲ୍ଲା ପ୍ରସାଶନର ଏଭଳି ପଦକ୍ଷେପକୁ ପ୍ରସଂଶା କରିବା ସହ ଜୈବିକ ଚାଷ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ I ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗ ଦେଇ କର୍କଟ ରୋଗର ନିରାକରଣ ଏବଂ ଜୈବିକ କୃଷିର ପ୍ରସାର ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ କହିଥିଲେ I ଉଦ୍ଘାଟନୀ ଉତ୍ସବର ଦ୍ଵିତୀୟ ସଂପାନରେ ସ୍ୱାସ୍ଥ୍ୟର ଯତ୍ନ, କର୍କଟ ରୋଗର ନିରାକରଣ ଏବଂ ଜୈବିକ କୃଷି ପଦ୍ଧତି ବିଷୟ ବସ୍ତୁ ଆଧାରିତ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା I

ଆଲୋଚନା ଚକ୍ରରେ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ କଟକରୁ ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ୍ ଡ଼ ମୋହନଲାଲ ଖଡ଼ିଆ ଏବଂ ବାଗଚି ଶ୍ରୀ ଶଙ୍କରା କର୍କଟ ପ୍ରତିଷ୍ଠାନ ଭୁବନେଶ୍ୱରର ୟୁରୋ ଅଙ୍କୋଲୋଜିଷ୍ଟ୍ ଡ଼ ରାହୁଲ ପ୍ରଧାନ କର୍କଟ ରୋଗର କାରଣ ଏବଂ ନିରାକଣର ଉପାୟ କହିଥିଲେ I ସେହିଭଳି ଏଫ ଇ ଏସ ଡଙ୍କାନାଳରେ ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସ୍ତରୀୟ ସାଧନ କର୍ମୀ ଜୈବିକ ଚାଷର ମହତ୍ୱ ବୁଝାଇ କରିବା ସହ ଓଡ଼ିଶାର ଭାଟାହାଣ୍ଡିକୁ ବିଷରୁ ମୁକ୍ତ କରିବା ପାଇଁ ଜୈବିକ ଚାଷର ମହତ୍ତ୍ୱକୁ ବୁଝାଇ କହିଥିଲେ I ଏହାପରେ ଜିଲ୍ଲାର ଜଣେ ସଫଳ ଜୈବିକ ଚାଷୀ ଭାବେ ପରିଚିତ ହୋହେଲା ବ୍ଲକ ଅନ୍ତର୍ଗତ ସିରିଗିଡା ଗ୍ରାମର ପୁଷ୍ପରଞ୍ଜନ ସାହୁ ନିଜ ଅନୁଭୂତି କହି ଥିଲେ I ସଂପାନର ଶେଷ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମିଶ୍ର ଏବଂ ସମ୍ବଲପୁର ଓମଫେଡ ଜେନେରାଲ ମେନେଜର ଜୈବିକ କୃଷିର ମହତ୍ୱ ବୁଝାଇଥିଲେ I

ଉଦ୍ଘାଟନୀ ସମାରୋହରେ ଲୋକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପ୍ରସାଶନ ତରଫରୁ ପାଇଟର୍ସ ଗୃପ ଏବଂ ନିଷ୍ଠା ପରିବାର, ବରଗଡ଼କୁ ସମ୍ମାନିତ କରିବା ସହ ଜୈବିକ କୃଷିର ପ୍ରାତ୍ସାହନ ପାଇଁ ଅହିଂଶା କ୍ଳବ, ବିଭୁତିବାହାଲ, ଗାଇସିଲେଟ ଓ ଭିତ୍ତିଭୂମି ସେବା ସଂଗଠନ ପଦମପୁରଙ୍କ ସମେତ ଜିଲ୍ଲାର ୨୦ ଜଣ ସଫଳ ଜୈବିକ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା ।ଜିଲ୍ଲାର ବିଭିନ୍ନ ବିଭାଗ ଜୈବିକ ଚାଷ ଏବଂ କର୍କଟ ରୋଗ ବିଷୟରେ ସଚେତନ କରିବା ପାଇଁ ଷ୍ଟଲ ଦ୍ୱାରା ପ୍ରଦର୍ଶନୀ କରିଥିଲେ ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସିଂଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ମୁଖ୍ୟ ଜନସ୍ଵାସ୍ତ୍ୟ ଅଧିକାରୀ ଡ଼ ନିରୁପମା ଷଡ଼ଙ୍ଗୀ ଉପସ୍ଥିତ ଥିବାବେଳେ ଡିପିଏମ ଏନ ଏଚ ଏମ ଶ୍ରୀ ଗିରିଜା ପ୍ରସାଦ ମିଶ୍ରଙ୍କ ସମେତ , ଡେପୁଟି କଲେକ୍ଟର ଅଭିଳାଷ ପୁରହିତ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ପରିଚାଳନା କରିଥିଲେ I

error: Content is protected !!