Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସ୍କନ୍ଦମାତା ରୂପରେ ମାଁଦୁର୍ଗା ଓ ଗୃହଣୀ ମାନଙ୍କ ଘରମଙ୍ଗଳା ପୂଜାର୍ଚ୍ଚନା ।

ସ୍କନ୍ଦମାତା ରୂପରେ ମାଁଦୁର୍ଗା ଓ ଗୃହଣୀ ମାନଙ୍କ ଘରମଙ୍ଗଳା ପୂଜାର୍ଚ୍ଚନା ।

ବରପାଲି – ବରପାଲି ମାଁ ସମଲେଶ୍ୱରୀ ଓ ବରଦା ଦୁର୍ଗା ମାତାଙ୍କୁ ସ୍କନ୍ଦମାତା ରୂପରେ ପୂଜାର୍ଚ୍ଚନା ହୋଇଥିବା ବେଳେ ପ୍ରତି ଘରେ ଗୃହଣି ମାନଙ୍କ ଘରମଙ୍ଗଳା ଉପାସନା ପର୍ବ ପାଳିତ ହୋଇଯାଇଛି। ସାରଦିୟ ମଙ୍ଗଳବାରର ଏକ ବିଶେଷ ମହତ୍ବ ରହିଆସିଛି। ନବଦିନାତ୍ମକ ପୂଜନତ୍ସବ ଅବସରରେ ଷଷ୍ଠି ତିଥିରେ ମାଁଙ୍କ ଷଷ୍ଠ ଶକ୍ତି ସ୍କନ୍ଦମାତା ବେଶରେ ପୂଜକ ମାନଙ୍କ ଦ୍ବାରା ନିତିକାନ୍ତି ପାଳନ ସହ ପୂଜନ କରାଯାଇଥିଲା। ଭକ୍ତ ମାତାଙ୍କ କୃପା ବଳରେ ବହୁ ଆଲୌକିକ ବସ୍ତୁର ଦର୍ଶନ ଓ ଶକ୍ତି ପ୍ରାପ୍ତି କରିଥାଏ ବୋଲି ବିଶ୍ବାଷ ରହିଛି।

ପଣ୍ତିତ ମାନେ ଭିନ୍ନଭିନ୍ନ ପ୍ରଥା ଓ ନିତିକାନ୍ତି ଅନୁଶାରେ ପୂଜାର୍ଚ୍ଚନା କରିଥିଲେ। ମାଁଙ୍କ ଦୁଲ୍ଲଭ ରୂପ ଦର୍ଶନାର୍ଥେ ଭକ୍ତ ମାନଙ୍କ ଭିଡ ଦିନ ତମାମ ଲାଗିରହିଥିଲା। ସେହିପରି ଚଳିତ ସାରଦିୟ ଅବସରରେ ମାଁଙ୍କ ଧରାଭୂମିରେ ଅବର୍ତ୍ତିନ ହୋଇ ଥିବାବେଳେ ପ୍ରତି ପରିବାରରେ ଗୃହଣୀ ମାନେ ପରବାରର ଶୁଖସନ୍ତୋଷ ମନାଶି ଘର ମଙ୍ଗଳା ପୂଜାର୍ଚ୍ଚନା ନିଷ୍ଠାର ସହିତ ପାଳନିୟ ହୋଇଥିଲା।

error: Content is protected !!