Sunday, November 24, 2024
spot_imgspot_imgspot_img
Homeରାଜ୍ୟଦୁର୍ଗାପୂଜାକୁ ନେଇ କମିଟି ଓ ପ୍ରଶାସନର ବୈଠକ।

ଦୁର୍ଗାପୂଜାକୁ ନେଇ କମିଟି ଓ ପ୍ରଶାସନର ବୈଠକ।

କୁଚିଣ୍ଡା(ତପନ ଦାଶ)-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କୁଚିଣ୍ଡା ୯୭ତମ‌ କୁଚିଣ୍ଡା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ଦଶହରା ପର୍ବ ଆରମ୍ଭ ହୋଇଯାଇଛି। ଆଗାମୀ ୧୩ ତାରିଖ ରବିବାର କୁଚିଣ୍ଡା ଦଶହରା ଦିନ ଧାର୍ଯ୍ୟ ରହିଛି। ଜନସାଧାରଣ ଙ୍କ ସୁବିଧା ଭିଡ କୁ ଦେଖି ସବୁଠାରୁ ବଡ ଆକର୍ଷଣ ରାବଣ ପୋଡି ଉତ୍ସବ ‌୧୩ ତାରିଖ ଦିନ ମୁକୁନ୍ଦି ଖେଳପଡିଆ ପରିବର୍ତ୍ତନ କରାଯାଇଛି।

ଚଳିତ ବର୍ଷ କଲେଜ ଖେଲ ପଡ଼ିଆ ଠାରେ ଶାରଦୀୟ କ୍ରୀଡ଼ା ଉତ୍ସବ ଅପରାହ୍ନ ୨.୩୦ ରେ ଆରମ୍ଭ ହୋଇ ସଂଧ୍ୟା ରେ‌ ରାବଣ ପୋଡି ଓ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ବିଷୟ ଦୁର୍ଗାପୂଜା କମିଟିର ସାଧାରଣ ସଂପାଦକ ଗଗନ ଶର୍ମା ଜଣାଇଛନ୍ତି।

ଆଜି ଏ ନେଇ କୁଚିଣ୍ଡା ଉପଜିଲ୍ଲାପାଳ ହେମ ସାଗର ଭୋଇ, କୁଚିଣ୍ଡା ଏନଏସି ଚେୟାରମେନ ପ୍ରଦ୍ୟୁତ କୁମାର ମହାନ୍ତି, ପୂର୍ତ୍ତ ବିଭାଗ ଏକଜ୍ୟୁକେଟିଭ ଇଂଜିନିୟର ନବୀନ ବାଗେ, ଡେପୁଟି କଲେକ୍ଟର ଭାଷ୍କର ବେହେରା, ବିଦ୍ୟୁତ ବିଭାଗ,

କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା,ଅଇଆଇସି ବାମଦେବ ଶଙ୍ଖୁଆ,ଏନଏସି ଅଫିସର ଗୈାରବ ପ୍ରଧାନ, ଦୁର୍ଗାପୂଜା କମିଟି ଉପସଭାପତି ଗଣେଷ ଅଗ୍ରୱାଲ,ସଞ୍ଜିତ ଶର୍ମା,ବାପି ଶର୍ମା ,ବିଭୁ ପ୍ରସାଦ ମହାପାତ୍ର,ବରଦା ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ।

error: Content is protected !!