Sunday, November 24, 2024
spot_imgspot_imgspot_img
Homeରାଜ୍ୟଲାଦରପାଲି ମାତୃପୁରୀରେ ଛାତ୍ର ଛାତ୍ରୀ ଶିବିର ଅନୁଷ୍ଠିତ।

ଲାଦରପାଲି ମାତୃପୁରୀରେ ଛାତ୍ର ଛାତ୍ରୀ ଶିବିର ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଠାରେ ଦ୍ଵିଦିବସୀୟ ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଯୁବ ଛାତ୍ରଛାତ୍ରୀ ଶିବିର ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠନର ସଂଯୋଜକ ଶ୍ରୀ ଦେବରାଜ ବେହେରା ଉଦ୍ଘାଟନ କରିଥିଲେ ଓ ପ୍ରକୃତ ଜ୍ଞାନ ଭାବନା ଦ୍ବାରା ଆହରଣ କରାଯାଏ ନାହିଁ ବିଷୟରେ ଆଲୋଚନା କରିଥିଲେ।

ଅଧ୍ୟକ୍ଷ ଶ୍ରୀ ଟିକେଲାଲ୍ ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ତଥା ଶ୍ରୀ ନିରଞ୍ଜନ ପସାୟେତ ଙ୍କ ପରିଚାଳନା ରେ ଅତାବିରା ବ୍ଲକ୍ ସଂଯୋଜକ ଶ୍ରୀ ଚାପଧାରି ସିଂ ଆଲୋଚକ ଭାବେ ଯୋଗ ଦେଇ ଆଦର୍ଶ ଶିଶୁ ବିଷୟରେ ଆଲୋଚନା କରିଥିଲେ,ପରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମୁକ୍ତ ଆଲୋଚନା ଓ ଜଣା ଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସାନ୍ଧ୍ୟ ଅଧିବେଶନରେ ସଭାପତି ଶ୍ରୀ ଶେଷଦେବ ନାଏକ ଙ୍କ ସଭାପତିତ୍ଵରେ ତଥା ଶ୍ରୀ ସରୋଜ କୁମାର ରଥ ଙ୍କ ପରିଚାଳନାରେ ନବ ଜୀବନ ଶିକ୍ଷା ସଂସଦ ର ସଭାପତି ତଥା ବରଗଡ଼ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠନର ସଂଯୋଜକ ଶ୍ରୀ ରାଧାକାନ୍ତ ମିଶ୍ର ଯୋଗ ଦେଇ ତୁମେ ହିଁ ଆଶା,ତୁମେ ହିଁ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ lପରେ ଶ୍ରୀ ନିରଂଜନ ପଶାୟେତଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯକ୍ରମ ହୋଇଥିଲା।

ଦ୍ଵିତୀୟ ଦିବସରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜ୍ଞାନ ବିଜ୍ଞାନ,ସୃଜନଶୀଳତା, ଗ୍ରହଣ ଶୀଳତା,ହସ୍ତକଳା,ଚିତ୍ରକଳା କରାଯାଇଥିଲା। ଉଦଯାପନୀ ଅଧିବେଶନରେ ଶ୍ରୀ ଶେଷଦେବ ନାଏକଙ୍କ ଅଧ୍ୟକ୍ଷତାରେ ତଥା ଶ୍ରୀ ବବୃବାହନ ମିଶ୍ର ଙ୍କ ପରିଚାଳନାରେ ବିଶିଷ୍ଟ ମାତୃଭକ୍ତ , ସଂଗଠକ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଲରମ୍ଭା ର ଅଧକ୍ଷ ଶ୍ରୀ ଦିଲ୍ଲୀପ ରଣା ପୂର୍ଣ୍ଣାଙ୍ଗ ଶିକ୍ଷାରେ ଛାତ୍ର ଛାତ୍ରୀମାନଙ୍କ ଭୂମିକା ବିଷୟ ଉପରେ ଆଲୋଚନା କରିଥିଲେ।

କୃତଜ୍ଞତା ଜ୍ଞାପନ କରିଥିଲେ ଶ୍ରୀ ଯତୀନ୍ଦ୍ର ପ୍ରଧାନ।କାର୍ଯକ୍ରମ ରେ ପରିଚାଳନା କମିଟି ର ଶ୍ରୀ ଜୟପ୍ରକାଶ ଅଗ୍ରୱାଲ,ଶ୍ରୀ ଭରତ ଚୋହାନ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ଅନୁଷ୍ଠାନର ସୁନୀଲ ଖମାରୀ,ରାମଚନ୍ଦ୍ର ପ୍ରଧାନ,ଗିରିଜା ସାହୁ, ସୁଦୀପ୍ତ ସାହୁ,ଆଦିତ୍ୟ ମିଶ୍ର,,ମିନତୀ ଦାଶ ,ତିଳୋତ୍ତମା କର୍ଣ୍ଣ ,ଯୁଗଳ ସାହୁ,ମାନସ ଭୋଇ, ମାନସ ଦାନୀ,ହରିବୋଲ ଅଦାବର୍ ,ଦୂର୍ବାଦଲ ସାହୁ, ଏକାଦଶିଆ ସାହୁ,ଗଜୀନ୍ଦ୍ର ବାଗ ତଥା ଅନୁଷ୍ଠାନ ର ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ।

error: Content is protected !!