ପଦ୍ମପୁର-ପଦ୍ମପୁର ବନ ଦୁର୍ଗା ମନ୍ଦିର ଠାରେ ନବଦୁର୍ଗା ପୂଜା ର ପଞ୍ଚମ ଦିନରେ ମାଁ ସ୍କନ୍ଧମାତା ଦେବୀଙ୍କ ପୂଜାର୍ଚନା ହୋଇଥିଲା । ମାଁ ସ୍କନ୍ଧମାତା ହେଉଛନ୍ତି ଭଗବାନ କାର୍ତ୍ତିକେୟ ଙ୍କ ମାତା । ତାଙ୍କ କୋଳରେ ଭଗବାନ ସ୍କନ୍ଧ ବସି ରହିଥାନ୍ତି । ସ୍କନ୍ଧମାତା ହେଉଛନ୍ତି ଜ୍ଞାନ ଓ ଶକ୍ତି ର ପ୍ରତିକ ।
ଆଜିର ପୂଜାରେ କର୍ତ୍ତା ଭାବରେ ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା ତୁଲାଇ ଥିଲେ, ପଣ୍ଡିତ ରଘୁନାଥ ତ୍ରିପାଠୀ ,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଅଶୋକ ପଣ୍ଡା ସ୍କନ୍ଧମାତା ଓ ପାର୍ଶ୍ଵଦେବତା ଙ୍କୁ ଅବାହନ କରି ଷୋଡଶ ଉପଚାର ସହିତ ବିଧିବଦ୍ଧ ସାହାକାରେ ପୂଜା କାର୍ଯ୍ୟ ତୁଲାଇଥିଲେ ।
ବନଦୁର୍ଗା ମନ୍ଦିର ର ପୂଜକ ପ୍ରଶାନ୍ତ କୁମାର ପଣ୍ଡା,ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ,ସମ୍ପାଦକ ଗୋପାଳ କୁମାର ଭୋଇ,କୋଷାଧ୍ୟକ୍ଷ ଅନିଲ କୁମାର ବେହେରା ଓ ପ୍ରଶାନ୍ତ ପଧାନ ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ ।