Saturday, March 7, 2026
Homeରାଜ୍ୟକେନାଲପାଣି ପ୍ରବାହରେ ଲୁଚୁକାଳି ଖେଳ ଭଗବାନ ଭରସାରେ ଚାଷକାର୍ଯ୍ଯ ।

କେନାଲପାଣି ପ୍ରବାହରେ ଲୁଚୁକାଳି ଖେଳ ଭଗବାନ ଭରସାରେ ଚାଷକାର୍ଯ୍ଯ ।

ବରପାଲି-ବରପାଲି ବ୍ଳକ ଭଟିଗାଁ ଶାଖା କେନାଲ ମାନଙ୍କରେ ବଣୁଆ ଗଛ ଘାସ ପାଣି ପ୍ରବାହରେ ବାଧା ସୃଷ୍ଟି କରୁଥିବା ଦେଖାଯାଉଛି। ସମସ୍ଯାକୁ ନେଇ ସ୍ଥାନିୟ ଚାଷୀକୂଳ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣଷି ପ୍ରକାର ସୁଫଳ ମିଳିପାରିଲାନାହିଁ। ବାଧ୍ଯ ବାଧକତାରେ ଚାଷୀ ମାନେ ନିଜ ଖର୍ଚ୍ଚରେ ନାଳକୁ ସଫା କରିବାକୁ ଚେଷ୍ଟା କରି କିଛିଟା ସଫଳତା ପାଇଥିବା ଜଣାପଡିଥିଲା।

ସୂଚନାନୁଯାୟୀ ବରଗଡ ମୂଖ୍ଯ କେନାଲ ୨୦୭ ଆଡି ଭଟିଗାଁ ସାପ୍ତାହିକ ବଜାର ପାଖଦେଇ ବାହାରିଥିବା ଶାଖା କେନାଲଟି ଭଟିଗାଁ ଓ ହଲଦିପାଲି ଗ୍ରାମର ୧୫୦ ଏକଡରୁ ଉର୍ଦ୍ଧ ଚାଷଜମି ପାଣିଚର ହୋଇ ଚାଷକାର୍ଯ୍ଯରେ ସହାୟକ ହୋଇଥାଏ। ହେଲେ ବର୍ତ୍ତମାନ ଚାଷକାର୍ଯ୍ଯର ମୂଖ୍ଯ ଗୁରୁତ୍ବପୁର୍ଣ୍ଣ ସମୟ ହୋଇଥିବା ବେଳେ କେନାଲ ପାଣି ପ୍ରବାହରେ ବ୍ଯତିକ୍ରମ ଚାଷୀଙ୍କ ମାନଶିକତାକୁ ଦୋହଲାଇ ଦେଇଛି।

କେନାଲ ବିଭାଗ ଚୁପିଚାପି ନିତି ଅବଲମ୍ବନ କରୁଥିବା ସମୟରେ ଚାଷୀ ନିଜର ଆଗାମି ଭବିଷ୍ଯତର ସଫଳତା ଆଶାରେ ହଲଦିପାଲିର ଚାଷୀ ଗୋଡ କାଢି ନାଳ ସଫେଇ କାମ ହାତକୁ ନେଇ ଜମିରେ ପାଣି ଲଗାଇ ପାରିଥିଲେ। ହେଲେ ଏବେବି କେନାଲର ଦୁରାବସ୍ଥା ବହୁ ମାତ୍ରାରେ ରହିଛି ଯାହାକି ଆଗାମି ଦିନରେ ପୁନଃ ଅସୁବିଧା ସୃଷ୍ଟି କରିବା ନିଶ୍ଚିତ ବୋଲି ଚାଷୀକୂଳ ଅଭିଯୋଗ କରିଛନ୍ତି। ଚାଷୀଙ୍କ କହିବାକଥା ଅଞ୍ଚଳର ସମସ୍ତ ଶାଖାନାଳ ମାନ ଏହି ଦୁରାବସ୍ଥା ଭୋଗୁଥିବା ବେଳେ ଭଗବାନଙ୍କ ଭରସାରେ ଆମେ ଚାଷ କରୁଛୁ ବୋଲି ଦର୍ଶାଇଥିଲେ।

error: Content is protected !!