Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଅଖିଳ ଭାରତୀୟ ଗୋଁଣ୍ଡଓ୍ବାନା ଗୋଁଣ୍ଡ ମହାସଭା ପୁନର୍ଗଠିତ।

ଅଖିଳ ଭାରତୀୟ ଗୋଁଣ୍ଡଓ୍ବାନା ଗୋଁଣ୍ଡ ମହାସଭା ପୁନର୍ଗଠିତ।

ପାଇକମାଲ-ପାଇକମାଲ ବ୍ଳକ ମିଠାପାଲି ଗ୍ରାମପଞ୍ଚାୟତ ବିଜୟନଗର ଠାରେ ଅଖିଳ ଭାରତୀୟ ଗୋଁଣ୍ଡଓ୍ବାନା ଗୋଁଣ୍ଡ ମହାସଭାର ପାଇକମାଳ ବ୍ଳକ ଆୟୋଜକ ସମିତିର ପୁନର୍ଗଠନ ହୋଇଯାଇଛି । ଜଗନ୍ନାଥ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ପାଇକମାଳ ବ୍ଳକର ୧୨ ଗୋଟି ସର୍କଳର ସଭାପତି, ସମ୍ପାଦକ ଓ ବହୁ ସଂଖ୍ୟାରେ ସମାଜସେବୀ ଭାଇଭଉଣୀ ମାନେ ଯୋଗଦାନ କରିଥିଲେ।

ସର୍ବସମ୍ମତିକ୍ରମେ ସଭାପତି ଭାବେ ଗଜରାଜ ସିଂ ପୁଟା, ଉପସଭାପତି ଜଗନ୍ନାଥ ପୁଟା, ଉପସଭାପତି ଗୀତାଞ୍ଜଳୀ ପୁଟା, ମହାସଚିବ କ୍ଷିତରାଜ ଗଏଁତା,ଉପ ମହାସଚିବ ଚୈତୁସିଂ ଦେଓ, କୋଷାଧ୍ୟକ୍ଷ ସହଦେବ ଧରୁଆ,ସହ କୋଷାଧ୍ୟକ୍ଷ ରଞ୍ଜନ ମାଝୀ, ସଚିବ ଦେବାର ଧରୁଆ, ପ୍ରଚାର ସଚିବ ବିକ୍ରମ ପୁଝାରୀ, ସଦସ୍ୟ ଭାବରେ ରୂପଧର ନାଏକ, ଲଦ୍ରୋ ଗଏଁତା,ରୁକ୍ମଣ ଧରୁଆ, କମଳିନୀ ଧରୁଆ ଓ ପଦ୍ମାବତୀ ସିଂ ଦାଉ ପ୍ରମୁଖକୁ ଚୟନ କରାଯାଇଛି l ଶେଷରେ ଶୋଭାରାମ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!