Sunday, November 24, 2024
spot_imgspot_imgspot_img
Homeରାଜ୍ୟଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଏଚଆଇଭି ଏଡସ ଓ ସିଫିଲିସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଏଚଆଇଭି ଏଡସ ଓ ସିଫିଲିସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର-ଉପଖଣ୍ଡ ଚିକିତ୍ସାଳୟ ଏଚଆଇଭି ଏଡସ ନିବାରଣ ବିଭାଗ ତରଫରୁ ଅଞ୍ଚଳ ମହାବିଦ୍ୟାଳୟ ଠାରେ ଏଚଆଇଭି ଏଡସ ଓ ସିଫିଲିସ ସଚେତନତା ଉପରେ ଏକ କର୍ମଶାଳା ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଲଳିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ୟୁଥ ରେଡକ୍ରସ କାଉନସିଲର ଶ୍ରୀଯୁକ୍ତ ପ୍ରମୋଦ ପାଣିଗ୍ରାହୀ ଓ ଏନ.ଏସ.ଏସ କୋର୍ଡିନେଟର ଶ୍ରୀ ସଞ୍ଜୟ ତିଗା ଏବଂ ଅନନ୍ୟା ଅଧ୍ୟାପକ ଅଧ୍ୟାପିକା ଏବଂ ୟୁଥ ରେଡକ୍ରସ ଓ ଏନ.ଏସ.ଏସର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ଉପଖଣ୍ଡ ଚିକିତ୍ସାଳୟର ଏଚଆଇଭି କାଉନସିଲର ଶ୍ରୀ ଚିନ୍ତାମଣି ପଣ୍ଡା ଏଚଆଇଭି ଏଡସ ଓ ସିଫିଲିସ ସଂକ୍ରମଣର କାରଣ ଲକ୍ଷଣ ଓ ଚିକିତ୍ସା ଉପରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ।

ଜାତୀୟ ଏଡସ ନିରାକରଣ ଅନୁଷ୍ଠାନ ଦ୍ୱାରା ପ୍ରଚଳିତ ଦେୟମୁକ୍ତ ନମ୍ବର ୧୦୯୭ ରେ କିପରି ସମସ୍ତେ ଏଚଆଇଭି ଏଡସ ଓ ସିଫିଲିସର ସଂପୂର୍ଣ୍ଣ ସୂଚନା ପାଇପାରିବେ ତାହା ବିଷୟରେ ଆଲୋକପାତ କରିଥିଲେ ।

ସୋସିଆଲ ମିଡ଼ିଆ ବ୍ୟବହାର କରି ସମାଜରେ ଯୁବପିଢ଼ି ଓ ଶିକ୍ଷିତ ନାଗରିକ କିପରି ଏଚଆଇଭି ଏଡସ ବିଷୟରେ ସଚେତନ ହୋଇପାରିବେ ଓ ଅନ୍ଯ ମାନଙ୍କୁ ମଧ୍ଯ ସଚେତନ କରି ପାରିବେ ବୋଲି ଏଚଆଇଭି କାଉନସିଲର ମାନେ ମତବ୍ୟକ୍ତ କରିଥିଲେ ।

error: Content is protected !!