Sunday, March 8, 2026
Homeରାଜ୍ୟଯୁବାଗୋଷ୍ଟୀର ସହଯୋଗରେ ପିଡିତା ବ୍ଯକ୍ତି ଉଦ୍ଧାର ।

ଯୁବାଗୋଷ୍ଟୀର ସହଯୋଗରେ ପିଡିତା ବ୍ଯକ୍ତି ଉଦ୍ଧାର ।

ବରପାଲି-ବରପାଲିର ୨୬ ନମ୍ବର ଯାତିୟ ରାଜପଥ କଡରେ ଏକ ଅସହାୟ ପିଡିତା ବ୍ଯକ୍ତି ଦୁଇଦିନ ହେଲା ପଡିରହିଥିବା ଦେଖାଯାଇଛି। ଶନିବାର ଅପରାହ୍ନରେ ସ୍ଥାନିୟ ଦୁଇଗଚ୍ଛିଆ ସ୍ମଷାନଘାଟ ନିକଟସ୍ଥ ଏକ ଖୋଲା ସ୍ଥାନରେ ପଡିରହିଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ପ୍ରଥମେ ଦେଖିଥିଲେ।

ଖବରପାଇ ସ୍ଥାନିୟ ଯୁବକ ମାନେ ଘଟଣାସ୍ଥଳରେ ପହଞ୍ଚି ପିଡିତାଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ପିଡିତାଙ୍କୁ ଖାଦ୍ଯ ଖାଇବାକୁ ଦେବା ସହ ସାହାରା ଦେଇ ବୁଝାସୁଝା କରିଥିଲେ। ହେଲେ ପିଡିତା କିଛିଟା ମାନଶିକ ଭାରାକ୍ରାନ୍ତ ଜଣାପଡୁଥିବା ବେଳେ ଅତ୍ଯନ୍ତ ଦୁର୍ବଳତା ଅନୁଭବ କରୁଥିବା ସ୍ବଷ୍ଟ ଜଣାପଡୁଥିଲା।

ପରେ ବ୍ଯକ୍ତିଙ୍କ ଉଦ୍ଧାର ପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତା ଲୋଡିଥିଲେ। ପରେ ଆମ୍ବୁଲାନ୍ସ ସହଯୋଗରେ ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ସେବାକାର୍ଯ୍ଯ ଆରମ୍ଭ ହୋଇଥିବା ଜଣାପଡିଥିଲା।

error: Content is protected !!