ପଦ୍ମପୁର-ଜେଲ ଭିତରେ ତଥା ଜେଲ ଅନ୍ତେବାସୀଙ୍କ ପାଇଁ ମାଦକଦ୍ରବ୍ଯ କିମ୍ବା ନିଶା ବ୍ଯବହାର ବାରଣ ରହିଛି । ହେଲେ ବିଭିନ୍ନ ଜେଲରେ ବିପୁଳ ପରିମାଣର ମାଦକଦ୍ରବ୍ଯ , ନିଶା ମିଳିବା ପରେ ବରଗଡ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇଙ୍କ ନେତୃତ୍ବରେ ଗୋଟିଏ ଟିମ ଆଜି ପଦ୍ମପୁର ଉପକାରାଗାରକୁ ଚଢ଼ାଉ କରିଥିଲେ ।
ଏହି ଚଢ଼ାଉରେ ଜେଲ ଅନ୍ତେବାସୀ ମାନେ ରହୁଥିବା ସେଲ ତଥା ସେମାନେ ବ୍ୟବହାର କରୁଥିବା ସାମଗ୍ରୀର ଯାଞ୍ଚ ହୋଇଥିଲା । ସେମାନଙ୍କ ଠାରୁ କିଛି ଖଇନି ଓ ଗୁଟଖା ମିଳିଥିବା ସୂଚନା ମିଲିଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ପଦ୍ମପୁର ଉପକାରାଗାରରେ କୋର୍ଡ ୱାର୍ଡ ବ୍ଯବହାର ହୋଇ ନିଶାଦ୍ରବ୍ୟ ଭିତରକୁ ଯାଇଥାଏ।
ଯେଉଁଥିରେ କିଛି କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି । ବିଭିନ୍ନ ଜିଲ୍ଲାରେ ଚଢ଼ାଉ ପରେ ପଦ୍ମପୁର ଉପକାରାଗାରରେ ସଜାଗ ହୋଇଥିବା ମନେ ହେଉଛି । ଏହି ଚଢାଉରେ ପଦ୍ମପୁର ଥାନାଧିକାରୀ ମମତା ନାଏକ,ବୁଡେକ ଥାନା ଅଧିକାରୀ ସ୍ମାଇଲ ଏକ୍କା,ପାଇକମାଲ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ, ଏସିଆଇ ଜେ.ପି ତାଣ୍ଡି ଓ ଗୋଟିଏ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ ।