Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବଚ୍ଛତା ହିଁ ସେବାକାର୍ଯ୍ଯ ଅନୁଷ୍ଠିତ।

ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବଚ୍ଛତା ହିଁ ସେବାକାର୍ଯ୍ଯ ଅନୁଷ୍ଠିତ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ମହାବିଦ୍ଯାଳୟ ଏନଏସଏସ ପ୍ରକଳ୍ପ ଅଧିକାରୀ ଅଧ୍ୟାପିକା ପିଙ୍କି ବାରିକଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା।

ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ମହାମାନବ ମହାତ୍ମା ଗାନ୍ଧୀଙ୍କ ଆଦର୍ଶବାଦ ତଥା ସାମାଜିକ ନ୍ୟାୟ ଓ ଶାନ୍ତି ଉପରେ ଅବିଚଳିତ ପ୍ରତିବଦ୍ଧତାକୁହିଁ ସ୍ଵୀକୃତି ଦେବାର ଆବଶ୍ୟକତା ରହିଛି। ସାଂପ୍ରତିକ ସମାଜରେ ଗୋଟିଏ ନାଗରିକର ପ୍ରଧାନ କର୍ତ୍ତବ୍ୟ ରହିଛି ଆମ୍ଭେମାନେ ଗାନ୍ଧିଜୀଙ୍କ ଆଦର୍ଶ ଅନୁକରଣରେ ନିଜ ଗତିପଥକୁ ଆଗେଇ ନେବା କଥା ବୋଲି କହିଥିଲେ। ହିନ୍ଦୀ ବିଭଗ ମୁଖ୍ୟ ଅଧ୍ୟାପିକା ଜ୍ୟୋତି ସାହୁ ଶପଥ ପାଠ କରାଇଥିଲେ।

ଯୁବ ରେଡକ୍ରସ ସହକର୍ମୀ ନିଳୀମା ନାୟକଙ୍କ ଧନ୍ୟବାଦ ଅର୍ପଣ ପରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହକର୍ମୀ ବୃନ୍ଦ ଓ ଛାତ୍ରୀ ମାନେ ମିଳିତ ଭାବେ ମହାବିଦ୍ୟାଳୟ ପରିସରକୁ ସ୍ବଚ୍ଛତା ପରିଷ୍କାର କାର୍ଯ୍ଯ କରାଯାଇଥିଲା।ଆଗାମୀ ଦିନରେ କଲେଜ ପରିସର କିପରି ସ୍ୱଚ୍ଛ ଓ ସୁନ୍ଦର ରହିବ ସେଥିପାଇଁ ଛାତ୍ରି ମାନେ ସଂକଳ୍ପ ନେଇଥିଲେ।

error: Content is protected !!