ବରପାଲି-ବରପାଲି ଲିଟିଲ ଏଞ୍ଜେଲ୍ସ ପବ୍ଲିକ ସ୍କୁଲ ଓ ସରସ୍ଵତୀ ମହିଳା ସଂଘ ମିଳିତ ଭାବେ ଜାତିର ଜନକ ମହାତ୍ମା ଗାନ୍ଧି ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ ପାଳନ ହୋଇଯାଇଛି। ସ୍କୁଲ ପରିସରରେ ପ୍ରଥମ ପର୍ଯ୍ଯାୟରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ତୈଳ ଚିତ୍ରରେ ବିଦ୍ଯାଳୟ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ଵଳନ ସହ ପୁଷ୍ପମାଳ ଅର୍ପଣ ମାଧ୍ଯମରେ ଉଦଘାଟନ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ଯକ୍ଷ ସୁଶୀଳ କୁମାର ରଥ , ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଓ ସରସ୍ଵତୀ ସଂଘ ସଦସ୍ୟା ମଣ୍ତଳି ଉପସ୍ଥିତ ରହିଥିଲେ ।
ପ୍ରିଫେକ୍ଟ ପ୍ରିୟାଂଶୁ ରାଜ ମିଶ୍ର ଓ ଶୁଭ୍ରାଂଶୁ ସେଠଙ୍କ ସଂଯୋଜନାରେ ଶିକ୍ଷକ ପ୍ରକାଶ ମହାନନ୍ଦ, ଛାତ୍ର ଆଶୁ ମେହେର ଓ ଲୋକେଶ୍ୱର ନାୟକ ଗାନ୍ଧି ଓ ଶାସ୍ର୍ତୀଙ୍କ ଅବଦାନ ଓ ସମର୍ପଣ ତଥା ଜିବନଶୈଳୀ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏକ ସଚେତନତା ମୂଳକ ପଥପ୍ରାନ୍ତ ନାଟିକା ପ୍ରଦର୍ଶିତ ହୋଇଥିଲା । ପରେ ପରିଚାଳନା ନିର୍ଦ୍ଦେଶିକା ସବୁଜ ପତାକା ପ୍ରଦର୍ଶନ ପରେ ଆୟୋଜିତ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା ।
ପଦଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସରସ୍ଵତୀ ଧନ୍ଦାମୂଳକ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀଙ୍କ ସହ ବିଦ୍ୟାଳୟ ପ୍ରମୁଖ ଗଣ ଓ ସରସ୍ଵତୀ ସଂଘର ସଦସ୍ୟା ମଣ୍ତଳି ସାମିଲ ହୋଇଥିଲେ। ଏହି ଅବସରରେ ଗାନ୍ଧି ଛକଠାରେ ରହିଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସ୍ଵଚ୍ଛ ବରପାଲି କାର୍ଯ୍ୟକ୍ରମରେ ସମସ୍ତେ ମିଶି ରେଲୱେ ଷ୍ଟେସନ ଅଞ୍ଚଳର ଆବର୍ଜନା ସଫା କରିବା ସହ ଜନସାଧାରଣଙ୍କୁ ଏ ଦିଗରେ ସ୍ଵଚ୍ଛ ରହିବାକୁ ଅନୁରୋଧ କରିଥିଲେ ।
ବରପାଲି ରେଲୱେ ଷ୍ଟେସନ ମାଷ୍ଟର ବିଜୟ କୁମାର ନାୟକ ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କୁ ସ୍ୱଚ୍ଛତା ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ବରଯାଲି ରେଲୱେ ଷ୍ଟେସନ ଅଞ୍ଚଳରେ ସ୍ୱଚ୍ଛତା ସଚେତନତାକୁ ନେଇ ଏକ ପଥପ୍ରାନ୍ତ ନାଟିକା “ମୁନୁଷ୍ ପନିଆ” ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଇକୋକ୍କବ ଓ ସରସ୍ଵତୀ ସଂଘର କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ ।