Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକୁଚିଣ୍ଡା ବିଜେଡି ପକ୍ଷରୁ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ।

କୁଚିଣ୍ଡା ବିଜେଡି ପକ୍ଷରୁ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ।

କୁଚିଣ୍ଡା(ତପନ ଦାଶ)-ଗାନ୍ଧୀ ଜୟନ୍ତୀ ଅବସରରେରେ କୁଚିଣ୍ଡା ନଗର ଓ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ କୁଚିଣ୍ଡାର କଳାପରିଷଦ ସ୍ଥିତ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ବ୍ଲକ ଚେୟାରମ୍ୟାନ ଭୁବନେଶ୍ୱର କିସାନ, ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ସଞ୍ଜୟ ବେହେରା କୁଚିଣ୍ଡା ବ୍ଲକ ସଭାପତି ଅମୁଲ୍ୟ ମିଶ୍ର, କୁଚିଣ୍ଡା ନଗର ସଭାପତି ନବୀନ ହୋତା, ବିଜୁ ଯୁବ ଜନତା ଦଳ ସମ୍ବଲପୁର ଜିଲ୍ଲାର ସମ୍ପାଦକ ପ୍ରତାପ ଶର୍ମା, ବିଜୁ ଯୁବ ଜନତା ଦଳ କୁଚିଣ୍ଡା ନଗର ସଭାପତି ବିଜୁ ସାହୁ, ବିଜୁ ଜନତା ଦଳର ସମସ୍ତ ୱାର୍ଡ ମେମ୍ବର, ତଥା ବିଜୁ ଜନତା ଦଳର ପଂଚାୟତ ସଭାପତି ଓ ବିଜୁ ଜନତା ଦଳ କର୍ମୀ ଯୋଗ ଦେଇଥିଲେ । ତେବେ ଆଜିଠାରୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ କୁଚିଣ୍ଡାରେ ଏହା ଦେଖିବାକୁ ମିଳିନାହିଁ।

error: Content is protected !!