Saturday, March 7, 2026
Homeଅଘଟଣଛିଡା ହୋଇଥିବା ଟ୍ରକ ସହ ବାଡ଼େଇ ହୋଇ ବାଇକ ଚାଳକ ମୃତ।

ଛିଡା ହୋଇଥିବା ଟ୍ରକ ସହ ବାଡ଼େଇ ହୋଇ ବାଇକ ଚାଳକ ମୃତ।

କୁଚିଣ୍ଡା(ତପନ ଦାଶ)- କୁଚିଣ୍ଡା ସହର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କୁମରାଗୁଡା ଛକ ନିକଟରେ ଛିଡା ହୋଇଥିବା ଟ୍ରକ ସହ ବାଡ଼େଇ ହୋଇ ବାଇକ ଚାଳକ ମୃତ ହୋଇଥିବା ସୂଚନା ମିଲିଛି । ବାଇକ, ଆରୋହୀ ଜଣକ ସୁବର୍ଣ୍ଣପାଲି ପଂଚାୟତ ଲଛିମାଲ ସୁଡେନମାଲର ୩୦ ବର୍ଷୀୟ ଚିତ୍ରସେନ ବଲୁଆ ।

ସୂଚନା ଅନୁଯାଇ ଆଜି ସଂଧ୍ୟା ସମୟରେ ଚିତ୍ରସେନ ତାଙ୍କ ହୋଣ୍ଡା ମୋଟରସାଇକେଲରେ କୁଚିଣ୍ଡା ପଟୁ ଦୃତ ଗତିରେ ଯାଇ‌ ଲାଡକୁମରାଗୁଡା ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରକର ପଛପଟେ ବାଡେଇ ହୋଇ ଗୁରୁତର ହୋଇପଡ଼ିଥିଲା।

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ଫେରୁଥିବା ପୋଲିସ ଏସ୍କଟ ଗାଡିରେ ତାଙ୍କୁ କୁଚିଣ୍ଡା ମେଡିକାଲକୁ ଅଣାଯାଇଥିଲା । ତେବେ ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଟ୍ରକ ଓ ବାଇକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି l

error: Content is protected !!