Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବାଦିକଟା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବାଦିକଟା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର-ବାଦିକଟା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାଇକମାଲ ଏବିଇଓ ଶ୍ରୀଯୁକ୍ତଧଲେନ୍ଦ୍ର ବାରିକ, ସିଆରସିସି ମାଳପଡା ଶ୍ରୀ ସନ୍ତୋଷ ମେହେର ଉପସ୍ଥିତ ଥିଲେ ।ଆୟୋଜକ ବାଦିକଟା ସିଆରସିସିଶ୍ରୀଯୁକ୍ତ ଋଷଭ ସାହୁ ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରୋଜ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।

ଏଥିରେ ମୂଖ୍ୟ ଅତିଥି ଭାବେ ବାଦିକଟା ସରପଞ୍ଚ ଶ୍ରୀମତୀ ସବିତା ସାହୁ କାର୍ଯ୍ୟକ୍ରମର ଉଦ୍ ଘାଟନ କରିଥିଲେ । ସାପଲହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ରାଉତ ମଞ୍ଚ ପରିଚାଳନା କରିଥିଲେ । ବାଦୀକଟା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ଅଂଶଗ୍ରହଣ କରି ବକ୍ତୃତା, ଚିତ୍ରାଙ୍କନ, କୁଇଜ୍, ନୃତ୍ୟ, ଗୀତ ଲୋକକଳା ପରିବେଷଣ କରି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ବିନୋଦ ସାହୁ, ଆଶିଷ ସାହୁ,ହାରାଧନ ପ୍ରଧାନ ଓ ଟେମେରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଧରୁଆ ବିଚାରକ ମଣ୍ଡଳୀ ଭାବେ ଯୋଗଦାନ କରିଥିଲେ। ଗାୟତ୍ରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ତଥା ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ଋଷଭ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ ।

error: Content is protected !!