Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ତରଭା – ସ୍ଥାନୀୟ ଏ.ଇ.ଏସ୍. ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ବ କରିଥିବାବେଳେ ପରିଚାଳନା କମିଟି ସଭାପତି ଶୈଳେନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଅନୋଜ ଭୁକ୍ତା ଓ ଅର୍ଥନୀତି ବିଭାଗୀୟ ମୁଖ୍ୟ ପ୍ରଫେସର ବିନତୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

ଏଥିରେ ପ୍ରଫେସର ଶିବରାମ ମେହେର, ଦେବାଶିଷ ଶତପଥୀ, ରୋହିତ ପଧାନ,ରୋଶନ ମେହେର, ବିଦ୍ୟାପତି ଦାନୀ, ଡ଼ଃ ସବିତା ମିଶ୍ର ଓ ଡ଼ଃ ସରୋଜିନୀ ପଧାନ, ମନୋରଞ୍ଜନ ଭୋଇ ପ୍ରମୁଖ ପ୍ରଫେସର ହୋତାଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିବା ସାଙ୍ଗେ ସାଙ୍ଗେ ଅବସର ପରବର୍ତ୍ତୀ ନିରାମୟ, ସୁଖମୟ ଜୀବନଯାପନର କାମନା କରିଥିଲେ ।

ଲାଇବ୍ରେରୀଏନ୍ ଦେବେନ୍ଦ୍ର କୁମାର ନାଏକ ମଞ୍ଚ ପରିଚାଳନା ସାଙ୍ଗେ ସାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁନିତା ମିଶ୍ର, ସୌମ୍ୟାଶ୍ରୀ ମିଶ୍ର, ଅଧ୍ୟାପକ ପ୍ରଶାନ୍ତ ନାଗ,ଖେଳ ଶିକ୍ଷକ ସଞ୍ଜୀବ ସାହୁ ଓ ମୁଖ୍ୟ କିରାଣୀ ସନ୍ତୋଷ ଚାନ୍ଦ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। କଲେଜର ସମସ୍ତ ଶିକ୍ଷକ, ଅଣ-ଶିକ୍ଷକ କର୍ମଚାରୀ ତଥା ପରିଚାଳନା କମିଟିର ସଦସ୍ୟ ସଦସ୍ୟା ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

error: Content is protected !!