Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମାତା ପିତା,ଅଭିଭାବକ ଅଭିଭାବିକା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମାତା ପିତା,ଅଭିଭାବକ ଅଭିଭାବିକା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ।

ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମାତା ପିତା,ଅଭିଭାବକ ଅଭିଭାବିକା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ । APAAR ID ସୃଷ୍ଟି ର ଆବଶ୍ୟକତା ଓ ବିଶେଷତ୍ଵ ବିଷୟରେ ମାନସ ରଞ୍ଜନ ଶତପଥୀ ବିସ୍ତୃତ ଭାବେ ବୁଝାଇଥିଲେ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପିଏମ୍ ଶ୍ରୀ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବାରୁ ପି ଟି ଏ ତରଫରୁ ରାଜ୍ୟ ସରକାର ତଥା ସ୍ଥାନୀୟ ଜନ ପ୍ରତିନିଧିମାନଙ୍କୁ କୃତଜ୍ଞତା ଜ୍ଞାପନ କରି ଏକ ପ୍ରସ୍ତାବ ପାରିତ ହେଲା । ବିଦ୍ୟାଳୟର ଉନ୍ନତି ନିମନ୍ତେ ଅଭିଭାବକ ଅଭିଭାବକଙ୍କ ବହୁମୂଲ୍ୟ ମତାମତ ଗ୍ରହଣ କରାଗଲା ।

ଉକ୍ତ ସଭାକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ରବୀନା ପଧାନ ପରିଚାଳନା କରିଥିଲେ ଓ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ପୂଜାରାଣୀ ନାୟକ, ,ସଂଯୁକ୍ତା ଭୋଇ, ମନିଷା ଭୋଇ,ବୃନ୍ଦାବତୀ ସାହୁ , ଖୁସବୁ ବରିହା ,ଜ୍ୟୋତି ରେଖା ମହାନନ୍ଦ,ଚକ୍ରଧର ନାୟକ ,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର ,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

error: Content is protected !!