Sunday, March 8, 2026
Homeଅଘଟଣଲକ୍ଷାଧିକ ଟଙ୍କାର କଫ ସିରଫ ଜବତ:ଦାମୀ କାର ସହ ଦୁଇ ଗିରଫ ।

ଲକ୍ଷାଧିକ ଟଙ୍କାର କଫ ସିରଫ ଜବତ:ଦାମୀ କାର ସହ ଦୁଇ ଗିରଫ ।

କୁଚିଣ୍ଡା(ତପନ ଦାଶ)- କଫ ସିରଫ ରାକେଟ କୁ ଧରିବାକୁ ଯାଇ କୁଚିଣ୍ଡା ପୋଲିସ ବଡ଼ ସଫଳତା ପାଇଛି । ଗତ କାଲି ଏକ ବ୍ରିଜା କାର ସହିତ ଦୁଇ ଜଣଙ୍କୁ ଗିରଫ କରିବା ଶହ ୧୫୮୪ ବୋତଲ କଫ ସିରଫ ଜବତ କରିବାରେ ସଫଳ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପାଖା ପାଖି ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏସଡିପିଓ ଅମିତାଭ ପଣ୍ଡା ।

କୁଚିଣ୍ଡା ୱାର୍ଡ ନଂ ୦୪ ଗଣେଶ ପଡାରେ ଏକ ଭଡା ଘରେ ଦୀର୍ଘ ଦିନରୁ ଏହି କଫ ସିରଫ ରାକେଟ ଚାଲିଥିବା ବେଳେ, ଏହି ଠାରୁ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଦେବଗଡ଼ ଜିଲ୍ଲା ସୁଗୁଡାର ବିକାଶ ପାତ୍ର ଓ ଆଉ ଜଣେ ଝାରସୁଗୁଡା ଜିଲ୍ଲା ଦଣ୍ଡାବୁଡ଼ାର ରୁପେଶ ପ୍ରଧାନ ଥିବା ପୋଲିସ ସୂଚନା ଦେଇଛି ।

ତେବେ ଏଥିରେ ଅନେକ ଜଣ ସମ୍ପୃକ୍ତ ଥିବା ନେଇ ପୋଲିସ ଜାଣିବାକୁ ପାଇଥିବା ବେଳେ ଆଉ ଦୁଇଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଦଶହରା ପୂର୍ବରୁ ପୋଲିସକୁ ଏକ ବଡ଼ ସଫଳତା ମିଳିଥିବା ବେଳେ ଏଭଳି ରାକେଟରେ ବହୁ ଶୀଘ୍ର ଅନ୍ୟମାନଙ୍କୁ ଧରାଯିବା ନେଇ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

error: Content is protected !!