ବରପାଲି-ବରପାଲି ଅଶୋକ କ୍ଲବ ୫୦ ତମ ଦୁର୍ଗାପୂଜା ସୂବର୍ଣ୍ଣ ଜୟନ୍ତୀ ପାର୍ବଣ ମହୋତ୍ସବ ପ୍ରସ୍ତୁତି ପଥରେ ଯୋର ଶୋରରେ ଆଗେଇଚାଲିଛି। ଏହି ଅବସରରେ ଶନିବାର ପୂଜା କମିଟି ପକ୍ଷରୁ କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସଭାପତି କିଶୋର ଦଫାଦାରଙ୍କ ସଭାପତିତ୍ୱରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସମ୍ପାଦକ ରତ୍ନା ସାହୁ ସ୍ବାଗତ ଜଣାଇଥିବା ବେଳେ ଆୟୋଜନ ସମ୍ପର୍କରେ ଉପସଭାପତି ବିଜନ ଦାଶ ଉପସ୍ଥାପନ କରିଥିଲେ।
ପୁର୍ବରୁ ଉତ୍ସବ ପରିଚାଳନା ପାଇଁ ଏକ ନୂତନ କାର୍ଯ୍ଯକାରୀ କମିଟି ଗଠନ ହୋଇଥିଲା। ସାସ୍କୃତିକ ସମ୍ପାଦକ ରାଜେଶ ସାହୁ ଓ ବରିଷ୍ଟ ଉପଦେଷ୍ଟା ବିରେନ୍ର୍ଦ ସାହୁ ମହୋତ୍ସବର ଅଟକଳ ଉପସ୍ଥାପନ କରିଥିଲେ। ସୂଚନାନୁଶାରେ ଉତ୍ସବଟି ଛଅ ଦିବସିୟ ଭାବରେ ପରିଚାଳିତ ହେଉଥିବା ବେଳେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ସିଦ୍ଧାନ୍ତ ନିଆଯାଇଛି।
ମୂଖ୍ଯତଃ ଉତ୍ସବ ଲୋକାଭିମୁଖି ହେବା ସମ୍ବନ୍ଧରେ ସ୍ଥାନିୟ ସରକାରୀ ବାଳିକା ହାଇସ୍କୁଲ ସମ୍ମୁଖ ଛକରେ ଛଅ ଦିନିଆ ଆଦିଶକ୍ତି ସାଂସ୍କୃତିକ ମହୋତ୍ସବ ଦଶ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ଆୟୋଜିତ ହେବ। ଏହିଅବସରରେ ରାଜ୍ଯ ତଥା ଅନ୍ଯ ପ୍ରଦେଶର ନାମି ଦାମି ସାଂସ୍କୃତିକ ଦଳ ମାନେ ସାମିଲ ହେଉଥିବା ବେଳେ ସମାଜ ପ୍ରତି ସେବା ମନୋଭାବ ରଖିଥିବା ପ୍ରତିଭାବାନ ବ୍ଯକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ଯକ୍ରମ ରଖାଯାଇଛି।
୯ତାରିଖ ପାର୍ବଣର ସୂଭାରମ୍ଭ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ପଣ୍ତିତ ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା ନିତିକାନ୍ତି ପାଳନ ପୂଜାକର୍ତ୍ତା ଅବନି ମେହେରଙ୍କ ସହାୟତାରେ ପର୍ବ ଆଗେଇ ଚାଲିବ। ମାଁଙ୍କ ମହା ସପ୍ତମି,ଅଷ୍ଟମୀ,ମହା ନବମୀ ସହ ଦଶମୀ ପୂଜନ ପାର୍ବଣ ପ୍ରଥା ଅନୁଯାୟୀ ଚାଲୁ ରହିଥିବା ବେଳେ ମାଁଙ୍କୁ ୫୬ଭୋଗ ସମର୍ପଣ,ଅର୍ଣ୍ଣକୋଟ,ନବ କୁଆଁରୀକନ୍ଯା ପୂଜନତ୍ସବ,ସହସ୍ରାଧିକ ମହାଆଳତୀ ପ୍ରଭୁତି ଆଧ୍ଯାତ୍ମିକ ଅନ୍ଯାନ୍ଯ ପରମ୍ପରା ମାନ ମଧ୍ଯ ପାଳିତ ହେବ।
ସେହିପରି ମାଁଙ୍କ ଭଷାଣି ଶୋଭାଯାତ୍ରାକୁ କମିଟି ଅତ୍ଯନ୍ତ ଗୁରୁତ୍ବ ଦେବା ସହ ରାଜ୍ଯ ତଥା ରାଜ୍ଯ ବାହାରର ହାଏ ବଜେଟର ସାଂସ୍କୃତିକ ଦଳ ତଥା ସ୍ଥାନିୟ ପାରାମ୍ପାରିକ ଲୋକ କଳାକାର ଓ ଦଳ ମାନ ଉତ୍ସବରେ ସାମିଲ ହେଉଥିବା ବେଳେ ବାଳୁକା ଶିଳ୍ପ ପ୍ରଭୁତି ଭିନ୍ନଭିନ୍ନ ସ୍ବାଦର କଳାକୃତି ମାନ ଶୋଭାଯାତ୍ରାରେ ଶୋଭାପାଇବ ବୋଲି ଜଣାପଡିଥିଲା।
ଶେଷରେ ଚନ୍ଦନ ଦାଶ ଧନ୍ଯବାଦ ଅର୍ପଣ କରିଥିଲେ। ପରିଚାଳନାରେ ହରି ସାହୁ,ଚନ୍ଦନ ଦାଶ,ବଣ୍ଟି ଦଫାଦାର,ପ୍ରବିଣ ସାହୁ,ରିତେଶ ଖଟୁଆ,ଟିନା ସା, ସୁବ୍ରତ ବେହେରା, କିସମତ ରାଉତ, ଅବିନାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।