Saturday, March 7, 2026
Homeଅଘଟଣମାତିଛନ୍ତି ମୋବାଇଲ ଲୁଟେରା:ସାମ୍ବାଦିକଙ୍କ ମୋବାଇଲ ଚୋରୀ , ଥାନାରେ ଅଭିଯୋଗ।

ମାତିଛନ୍ତି ମୋବାଇଲ ଲୁଟେରା:ସାମ୍ବାଦିକଙ୍କ ମୋବାଇଲ ଚୋରୀ , ଥାନାରେ ଅଭିଯୋଗ।

କୁଚିଣ୍ଡା(ତପନ ଦାଶ)- ସମ୍ବଲପୁର ଜିଲ୍ଲାର କୁଚଣ୍ଡାରେ ମୋବାଇଲ ଚୋରଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଆଜି ଶୁକ୍ରବାର କୁଚିଣ୍ଡା ସାପ୍ତାହିକ ହାଟ ଥିବାରୁ କୁଚିଣ୍ଡା ଧରିତ୍ରୀ ପ୍ରତିନିଧି ବିରଞ୍ଚି ନାରାୟଣ ଦର୍କା ହାଟକୁ ପରିବା ସଉଦା ପାଇଁ ଯାଇଥିଲେ। ସାର୍ଟ ପକେଟରେ ସେ ତାଙ୍କ ସାମସଙ୍ଗ ଗେଲେସ୍କି ମୋବାଇଲଟି ରଖି ପରିବା କିଣୁଥିବା ସମୟରେ କେହି ଦୁବୃତ୍ତ ଭିଡର ସୁଯୋଗ ନେଇ ମୋବାଇଲଟି ଚୋରାଇ ନେଇଥିଲେ।

ଶ୍ରୀ ଦର୍କାଙ୍କ ମୋବାଇଲରେ ବିଏସଏନଏଲ ନଂ ୯୪୩୭୨୫୩୫୫୬ ଓ ଜିଓ ନଂ ୭୦୦୮୧୮୫୨୨୮ ଦୁଇଗୋଟି ସିମକାର୍ଡ ସଂଯୋଗ ଥିଲା। ଏନେଇ ସାମ୍ବାଦିକ ଶ୍ରୀ ଦର୍କା ମୋବାଇଲ ଚୋରୀ ସଂପର୍କରେ କୁଚିଣ୍ଡା ଥାନାରେ ରିପୋର୍ଟ କରିଛନ୍ତି। ଉକ୍ତ ସାପ୍ତାହିକ ହାଟରେ ସେହି ସମାନ ସମୟରେ କୁଚଣ୍ଡାର ବ୍ୟବସାୟୀ ବିମଳ ମହାପାତ୍ର ପରିବା ସଉଦା କରୁଥିବା ସମୟରେ ସାର୍ଟ ପକେଟରେ ଥିବା ରେଡମି ନୋଟ ୧୩ ମୋବାଇଲ ଚୋରାଇ ନେଇଥିଲେ।

ସେ ମଧ୍ୟ କୁଚିଣ୍ଡା ଥାନାରେ ଏକ ମୋବାଇଲ ଚୋରୀ ରିପୋର୍ଟ କରିଥିବା ଜଣାପଡିଛି। ସେହିପରି କୁଚିଣ୍ଡା ଥାନା ଲାଡ ଗ୍ରାମର ଟିକେଶ୍ବର ପୃଷେଠଙ୍କ ମୋବାଇଲ ପୁରୁଣା ବସଷ୍ଟାଣ୍ଡ ନିକଟରୁ ଚୋରୀ ହୋଇଥିବା ଥାନାରେ ରିପୋର୍ଟ କରିଛନ୍ତି। ଦଶହରା ଅବ୍ୟବହିତ ପୂର୍ବରୁ କୁଚିଣ୍ଡା ସାପ୍ତାହିକ ହାଟ ଓ ସହରର ବଜାର ମାନଙ୍କରେ ଭିଡ ଜମୁଥିବାରୁ ମୋବାଇଲ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି।

ପ୍ରକାଶଥାଉକି ଆଜି ଏହି ହାଟରୁ ଅନ୍ୟ ଦୁଇ ଜଣଙ୍କ ମୋବାଇଲ ଚୋରୀ ହୋଇଥିବା ଚର୍ଚ୍ଚା ହେଉଛି। ମାତ୍ର ଏନେଇ ଥାନାରେ ରିପୋର୍ଟ ହୋଇନଥିବା ଜଣାପଡିଛି। ତେଣୁ ପୋଲିସ ପକ୍ଷରୁ ଏହି ମୋବାଇଲ ଚୋର ରେକେଟକୁ ଠାବ କରିବାକୁ ସାଧାରଣରେ ଦାବି ହେଉଛି।

error: Content is protected !!