Saturday, March 7, 2026
Homeଅଘଟଣଟ୍ରକ ଧକ୍କାରେ ବାଇକ୍ ଚାଳକ ମୃତ।

ଟ୍ରକ ଧକ୍କାରେ ବାଇକ୍ ଚାଳକ ମୃତ।

ପଦ୍ମପୁର – ପଦ୍ମପୁର ସିନେମା ହଲ ଛକ ନିକଟରେ ପଦ୍ମପୁର ଏକ ମାଳବାହି ଟ୍ରକ ପଛପଟୁ ଆସି ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ବୃନ୍ଦାବନ କେଶରାଲଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଆହତ ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା।

ମୃତ ବୃନ୍ଦାବନ ପାଇକମାଳ ବ୍ଲକ ଲୁହୁରାକୋଟ ଗ୍ରାମର ବୋଲି ଜଣା ପଡିଛି। ତେବେ ଟ୍ରକ ଚାଳକ ଏକ ପେଟ୍ରୋଲ ପମ୍ପରେ ନିଜର ଟ୍ରକ ଛାଡି ଦେଇ ଫେରାର ହୋଇଯାଇଥିବା ବେଳେ ପୋଲିସ ଟ୍ରକକୁ ଜବତ କରିବା ସହ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।

error: Content is protected !!