ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଅଧ୍ୟାପିକା ଯୁବ ରେଡକ୍ରସ କାଉନସିଲର ନିଳୀମା ନାୟକଙ୍କ ସଂଯୋଜନାରେ କାର୍ଯ୍ଯକ୍ରମପରିଚାଳିତ ହୋଇଥିଲା।
ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ପରମାନନ୍ଦ ରଥ, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ରେଡକ୍ରସ ଶାଖାର ମୌଳିକ ଉଦ୍ଦେଶ୍ୟ ସ୍ବେଚ୍ଛାସେବୀ ମାନଙ୍କ ସେବା ମନୋଭାବକୁ ନେଇ ଆଲୋଚନା କରିଥିଲେ । ପରେ ଅତିଥି ମାନେ ଛାତ୍ରୀ ମାନଙ୍କ ସହ ଦୀର୍ଘ ସମୟ ଧରି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।
ଅଧ୍ୟାପକ ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଧନ୍ୟବାଦ ଅର୍ପଣ କରିଥିଲେ। ପରେ ସ୍ଵେଚ୍ଛାସେବୀ ମାନେ ଶପଥ ପାଠ କରିବା ସହ ଲୋକଙ୍କୁ କିପରି ସଚେତନ କରାଇବେ ଓ ସେବା ମନୋଭାବରେ ବ୍ରତି ହେବେ ମିଳିତ ସଂକଳ୍ପ ନେଇଥିଲେ।
ଏହି ଅବସରରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ନେପାଲ ବିଶ୍ଵାଳ,ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ଅଧ୍ୟାପିକା ପିଙ୍କି ବାରିକ,ଜ୍ୟୋତି ସାହୁ, ମନୀଷା ଭୋଇ, ପୁନମ ସାହୁ,ସସ୍ମିତା ମେହେର,ପରିଣିତା ସାହୁ ଶୋଭାବତୀ ଥପାସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, ତ୍ରିପୁରା ବେହେରା ସାମିଲ ହୋଇଥିଲେ।