Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ।

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ।

ବରପାଲି-ବରପାଲି ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଦଲିପାଲି ପରିସରରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ସମାରୋହ ପାଳିତ ହୋଇଥିଲା। ବିଦ୍ୟାଳୟ ହିନ୍ଦୀ ଅଧ୍ୟାପକ ରବିନ୍ଦ୍ର ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା।

ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁରେଶ ବାରିକ, ଶୁଧାଂଶୁ କୁମାର ଦାସ, ଅଧ୍ୟାପିକା ନିବେଦିତା ବେହେରା, ମିନତି ବାବୁ, ଅନ୍ତର୍ଯ୍ୟାମୀ ପଣ୍ଡା, ସୁରେନ୍ଦ୍ର ଦିପ ଓ ନୀରଜ ସାହୁ ଯୋଗଦେଇ ହିନ୍ଦୀ ଭାଷାକୁ ଭାରତର ମାତା ବୋଲି ସମ୍ବୋଧନ କରିଥିବା ବେଳେ ତାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I

ଏହି ଅବସରରେ “ରାଷ୍ଟ୍ରୀୟ ହିନ୍ଦୀ ଦିବସର ଇତିହାସ” ବିଷୟରୁ ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କୁ ନେଇ ଏକ କ୍ଵିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାର ସଠିକ୍ ଉତ୍ତର ପ୍ରଦାନ କରିଥିବା ଛାତ୍ରୀ ମାନଙ୍କୁ ଉପହାର ପ୍ରଦାନ ମାଧ୍ଯମରେ ସମ୍ମାନିତ କରା ଯାଇଥିଲା।

ପରିଶେଷରେ କ୍ରୀଡ଼ା ଶିକ୍ଷୟତ୍ରୀ ବନ୍ଦିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ କର୍ମଚାରୀ ପ୍ରଦୀପ ମିଶ୍ର, ପ୍ରକାଶ ନନ୍ଦ, ଆନନ୍ଦ ବେହେରା ଏବଂ କାଲୁ କୁମ୍ଭାର ଶେଷ ପର୍ଯ୍ୟନ୍ତ ରହି ବିଶେଷ ସହଯୋଗ କରିଥିଲେ।

error: Content is protected !!