Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ନିପୁଣ ଓଡିଶା ମିଶନ ଭାଷା ଓ ସଂଖ୍ୟାଜ୍ଞାନ ଉନ୍ମୋଚନ ।

ବ୍ଲକ ନିପୁଣ ଓଡିଶା ମିଶନ ଭାଷା ଓ ସଂଖ୍ୟାଜ୍ଞାନ ଉନ୍ମୋଚନ ।

ବରପାଲି – ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରିୟ ନିପୁଣ ଓଡିଶା ଭାଷା ଓ ସଂଖ୍ୟା ଜ୍ଞାନ ମିଶନ ଉଦଘାଟିତ ହୋଇଯାଇଛି। ଗୁରୁବାର ପୁର୍ବାହ୍ନରେଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମକୁ ଶିକ୍ଷକ ସୋହନ ପଧାନ ସଂଯୋଜନା କରିଥିଲେ। ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମାହରାଙ୍କ ତତ୍ୱାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବ୍ଲକ ଅର୍ନ୍ତଗତ ସମସ୍ତ ବିଦ୍ଯାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ। ମୂଖ୍ଯଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ରିନା ଥଇତ ତଥା ସ୍ବତନ୍ର୍ତ ଅତିଥି ତହସିଲଦାର ଋକ୍ବଣ ମେହେର ପ୍ରମୁଖ କାର୍ଯ୍ଯକ୍ରମକୁ ଉଦଘାଟନ।

ସମ୍ମାନିତ ଅତିଥି ଭାବେ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ଭୁଏ,ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରଶିକ୍ଷକ ଗଗନ ବେହେରା, ଜିଲ୍ଲା ପରିଷଦ ସଦସ୍ଯ ଗୋବିନ୍ଦ ସାହୁ, ସଂଯୁକ୍ତା ସାହୁ ଓ ଅନନ୍ତ ସେଠ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ମିଶନର ମୂଳ ଉଦେଶ୍ଯ ଏବଂ ବିଦ୍ୟା ପ୍ରବେଶ , ନିପୁଣ ଓଡିଶା ଭାଷାର ମହତ୍ବ,ସଂଖ୍ୟା ଜ୍ଞାନ ଆହରଣ,ବିତରଣ ତଥା କାର୍ଯ୍ଯକାରିତା ସମ୍ପର୍କିତ ବିଷୟ ଉପରେ କିପରି ଉନ୍ନତ ମାନର ଶିକ୍ଷାଦାନ ମାଧ୍ଯମରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନରେ ସହାୟକ ହୋଇପାରିବେ ତଥା ନାସ ଉପରେ ସଠିକ ରୂପେ ପ୍ରଦର୍ଶନ ହୋଇପାରିବ ବିଷୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନ କରିଥିଲେ।

ଶେଷରେ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ନାରାୟଣ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ଚନ୍ଦ୍ରଶେଖର ରାଉତ,ଅନିଲ ଦାଶ,ଲୁପାଞ୍ଚନ ବାରିକ,ଶ୍ରିନିବାସ ପଧାନ,କ୍ଷେତ୍ର ମେହେର,ବିନୟ ଭୋଇ,ମିଥୁନ ସାହୁ,ନିମାଇଁ ଦାଶ,ଅଶୋକ ସାହୁ,ରାଜେନ୍ଦ୍ର ମେହେର,ସଂଜୟ ସାହୁ,ସରୋଜ ଦାଶ,ସୁଦାମ ମେହେର ପ୍ରମୁଖଙ୍କ ସହ ସମସ୍ତ ସିଆରସିସି ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହାୟତା କରିଥିଲେ।

error: Content is protected !!