Saturday, March 7, 2026
Homeଖେଳହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ:ସିଲିକୁଦର ଚାମ୍ପିୟନ ।

ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ:ସିଲିକୁଦର ଚାମ୍ପିୟନ ।

କୁଚିଣ୍ଡା(ତପନ ଦାଶ)-ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ତେଲିତିଲେଇମାଲ ପଞ୍ଚାୟତର ଓରାମ ନିକ୍ତିମାଲରେ ପାଞ୍ଚଦିନ ଧରି ଚାଲିଥିବା ହକି ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଓରାମ ନିକ୍ତିମାଲ ନର୍ଦନ ଷ୍ଟାର ନେହେରୁ ୟୁଥ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସମୂଦାୟ ୩୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ରାଜଗାଙ୍ଗପୁର ସିଲିକୁଦର ଓ ରାଜଗାଙ୍ଗପୁର ତାଲକୁଦର ମଧ୍ଯରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୧-୦ଗୋଲରେ ସିଲିକୁଦର ଚାମ୍ପିୟନ ହୋଇଥିଲା।

ଖେଳକୁ ରେଫରୀ ଭାବେ ସାମୁଏଲ କେର୍କେଟା,ଆଲଡ୍ରିନ ଡୁଙ୍ଗଡୁଙ୍ଗ,ବିନୋଦ ବାର୍ଲା,ଦିଲିପ ବାଗେ ପ୍ରମୁଖ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ ଶନିବାର ଦିନ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

କ୍ଲବ ସଭାପତି ପ୍ରଫୁଲ୍ଲ କୁଲୁଙ୍କ ସଭାପତିତ୍ବରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲାପରିଷଦ ସଭ୍ଯ ଦିବ୍ୟରାଜ କିଷାନ ମୁଖ୍ଯ ଅତିଥି,ସରପଞ୍ଚ ପ୍ରମୋଦ କିଷାନ, ସମିତିସଭ୍ଯ ଖଗେଶ୍ବର କିଷାନ,ପୂର୍ବତନ ସମିତିସଭ୍ଯ ଜଲେନ ଲୁଗୁନ,ଉଦିତ ପ୍ରତାପ ଦେଓ, ପ୍ରଦୀପ କିଷାନ,ଚୂଡାମଣି ମାକର,ବୟୋଜ୍ୟେଷ୍ଠ ନାଏକ,ନିରାକାର କିଷାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଓ ରନର୍ସଅଫ ଦଳକୁ ପୁରସ୍କୃତ କରିଥିଲେ।

ଟୁର୍ଣ୍ଣାମେଣ୍ଟ ଆୟୋଜନରେ କ୍ଲବ ଉପସଭାପତି ଆଲବିନୁସ ଖେସ,ସମ୍ପାଦକ ଜନସନ ଖାଖା,ସହ ସମ୍ପାଦକ ଆସବିନ ଖେସଙ୍କ ସମେତ ଦିଲିପ କୁଲୁ,ବିକାଶ ପାତ୍ରାସ ତିର୍କୀ,ଖ୍ରୀଷ୍ଟଜନ୍ମର ଲୁଗୁନ ପ୍ରମୁଖ ସହଯୋଗ କରିଥିଲେ।               

error: Content is protected !!