Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବନଦୁର୍ଗା ମନ୍ଦିରର ସାରଦୀୟ ନବରାତ୍ର ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ ।

ବନଦୁର୍ଗା ମନ୍ଦିରର ସାରଦୀୟ ନବରାତ୍ର ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ ।

ପଦ୍ମପୁର-ପଦ୍ମପୁର ବଡବନ୍ଦ ପଡା ବନଦୁର୍ଗା ମନ୍ଦିରର ସାରଦୀୟ ନବରାତ୍ର ପୂଜା ପାଇଁ ଏକ ବୈଠକ ସଭାପତି ଡା. ପ୍ରଭାତ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସାରଦୀୟ ନବରାତ୍ର ପୂଜା ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ଅକ୍ଟୋବର ୦୩ ତାରିଖ ଗୁରୁବାର ଦିନରୁ ଆରମ୍ଭ ହେବ ।

ଅକ୍ଟୋବର ୦୩ ତାରିଖ ଦିନ ସକାଳ ୭.୩୦ ମିନିଟ ସମୟରେ କଳସାଧିବାସ ସହ ମାଁ ନବଦୁର୍ଗାଙ୍କ ପୂଜା ଆରମ୍ଭ ହେବ । ଅକ୍ଟୋବର ୧୦ ତାରିଖ ଦିନ ପୂର୍ବାହ୍ନ ସ୍ଥିର ଲଗ୍ନେ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ହେବା ବୋଲି ପଣ୍ଡିତ ରଘୁନାଥ ତ୍ରିପାଠୀ ସୂଚନା ଦେଇଛନ୍ତି । ବୈଠକରେ କୋଷାଧ୍ୟକ୍ଷ ବିଗତ ବର୍ଷର ଆୟବ୍ୟୟ ପଠନ କରିଥିଲେ ।

ପ୍ରତିଦିନ ମାଁ ଭକ୍ତ ମାନଙ୍କୁ ଭିନ୍ନଭିନ୍ନ ରୁପରେ ଦର୍ଶନ ଦେବା ସହ ଭୋଗର ବ୍ୟବସ୍ଥା ରହିଥିବା ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରତାପ ମିଶ୍ର, ଉପ ସଭାପତି ଅଜିତ କୁମାର ଶତପଥି, ନରସିଂହ ପଟ୍ଟନାୟକ,ମହିପାଲ ସାହୁ,ଉମେଶ ସାହୁ,ବେଣୁ ମାଧବ ଦୋରା,ସୁଶାନ୍ତ ପ୍ରଧାନ,ବିଷ୍ଣୁ ଥପା,ସୁରୁ ଭୋଇ ତଥା ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

error: Content is protected !!