ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗ ମୁଖ୍ୟ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଇତିହାସ ବିଭାଗର ମୁଖ୍ୟ, ପ୍ରାଧ୍ୟାପକ ପ୍ରଦୀପ କୁମାର ପଧାନ ଓ ସମ୍ମାନିତ ଅତିଥି ଭାବରେ ଖେଳ ଶିକ୍ଷକ ହେମନ୍ତ କୁମାରପଣ୍ଡା ଯୋଗଦେଇଥିଲେ ।
ଉକ୍ତ ସଭାରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନେ ସ୍ୱାବଲମ୍ବୀ ହେବା ପାଇଁ ଉଦବୋଧନ ଦେଇଥିବା ବେଳେ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପଣ୍ଡା କର୍ତ୍ତବ୍ୟ ନିଷ୍ଠା ଓ ଏକାଗ୍ରତା ବଳରେ ନିଜର ଲକ୍ଷ୍ୟ ପଥରେ ପହଞ୍ଚି ହୁଏ ବୋଲି ଉଦବୋଧନ ଦେବା ସଙ୍ଗେ ସଙ୍ଗେ ସ୍ୱେଚ୍ଛା ସେବକ ମନବୃତ୍ତି ନେଇ କାମ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଅଧ୍ୟକ୍ଷ ଡ.ତ୍ରିପାଠୀ ପରିଶ୍ରମ ଓ ପରୋପକାର ଛାତ୍ର ଜୀବନର ପରମ ବ୍ରତ ହେବା ବିଧେୟ ଓ ଏହା ସହିତ ମହାବିଦ୍ୟାଳୟରେ ବସୁଧୈବ କୁଟୁମ୍ବକମ୍ ର ପନ୍ଥା ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
ଏହି ଅବସରରେ ବିଭାଗୀୟ ଅଧ୍ୟାପକ ଅରବିନ୍ଦ ପଧାନ, ଅଧ୍ୟାପିକା ସଂଘମିତ୍ରା ସାହୁ,ବୀଣାପାଣି ତାଣ୍ଡି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶାତ୍ମକ ବାଣୀ ପ୍ରଦାନ କରିଥିଲେ । ବିଭାଗୀୟ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଉପହାର ପ୍ରଦାନ କରି ପ୍ରୀୟଭାଜନ ହୋଇଥିଲେ । ଅତିଥି ବୃନ୍ଦଙ୍କୁ ବିଭାଗର ଛାତ୍ର ଶକ୍ତି କୁମାର ଭୋଇ ମଞ୍ଚାସୀ ନ କରିଥିବା ବେଳେ ଅଜୟ ବାଗ ଅତିଥି ପରିଚୟ ପ୍ରଦାନ ଓ ଛାତ୍ରୀ ବର୍ଷାରାଣି ସାହୁ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଛାତ୍ର ମୁରଲୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।