Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଚତୁର୍ଥ କ୍ଲଷ୍ଟର ଭାଷା ଓ ସଂଖ୍ୟାଜ୍ଞାନ ବୈଠକ ।

ଚତୁର୍ଥ କ୍ଲଷ୍ଟର ଭାଷା ଓ ସଂଖ୍ୟାଜ୍ଞାନ ବୈଠକ ।

ବରପାଲି-ବରପାଲି ବ୍ଲକ ତେଜଙ୍ଗ କ୍ଲଷ୍ଟର ତିଲେଇମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚତୁର୍ଥ କ୍ଲଷ୍ଟର ସ୍ତରୀୟ ଭାଷା ଓ ସଂଖ୍ୟା ଜ୍ଞାନ ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାରକ୍ଲଷ୍ଟର ସି.ଆର.ସି. ସି. ସଞ୍ଜୟ କୁମାର ସାହୁଙ୍କ ତତ୍ୱାବଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। କ୍ଲଷ୍ଟର ଅର୍ନ୍ତଗତ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ଏଫ. ଏଲ. ଏନ. ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ। ସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମେହେର ପରିଚୟ ପ୍ରଦାନ କରିଥିବା ବେଳେ ସି. ଆର. ସି. ସି. ସଞ୍ଜୟ କୁମାର ସାହୁ ଦୀପ ପ୍ରଜ୍ବଳନ ମାଧ୍ଯମରେ ଉଦଘାଟନ କରିଥିଲେ।

ସାଧନ କର୍ମୀ ଶିକ୍ଷକ ରାଜୀବ ଲୋଚନ ସାହୁ ସି. ଆର.ସି.ସି.ଙ୍କୁ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷିରେ ବରଗଡ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷକ ତଥା ବରପାଲି ଓ ବିଜେପୁର ବ୍ଲକ ଦାୟିତ୍ୱ ବହନ କରିଥିବା ଗଗନ ବେହେରା ଓ ବରୁଣ ସାହୁ ପରିଦର୍ଶକ ଭାବରେ ବୈଠକରେ ଯୋଗ ଦେଇଥିଲେ।

ପ୍ରଶିକ୍ଷକ ଦ୍ବୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟା ପ୍ରବେଶ , ନିପୁଣ ଓଡିଶା ଭାଷା ଓ ସଂଖ୍ୟା ଜ୍ଞାନ ଉପରେ କିପରି ଆହୁରି ଉନ୍ନତ ମାନର ଶିକ୍ଷାଦାନ ମାଧ୍ଯମରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନରେ ସହାୟକ ହେବେ ଓ ନାସ ଉପରେ ସଠିକ ପ୍ରଦର୍ଶନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ଶେଷରେ ତିଳେଇମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଭରତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!