ପଦ୍ମପୁର- ପଦ୍ମପୁର ସହରର ଉନ୍ନତି କରଣ ସହ ସହରର ଜନସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ପଦ୍ମପୁର ସହରକୁ ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡରୁ ଶହ ଶହ ଯାନବାହନ ଓ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି । ପଦ୍ମପୁର ସହରର ବିଭିନ୍ନ ସ୍ଥାନରେ ଜନସ୍ୱାସ୍ଥ୍ୟ ବିଭାଗ ଗାତ ଖୋଲି ସେମିତି ଛାଡି ଦେବା କାରଣରୁ ଜନସାଧାରଣ ଦୁର୍ଘଟଣା ଦେବା ସହ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖରବାକୁ ମିଲୁଛି ।
ପଦ୍ମପୁର ସହରର ମୁଖ୍ୟଛକ ଭେଉଁରିଆ ଛକରେ ମରାମତି ଆଳରେ ପଦ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ଗାତ ଖୋଲି ଖୋଲା ଛାଡି ଦେଇ ନିଜ କର୍ତ୍ତବ୍ୟ ଭୁଲି ଯାଇଥିବା ମନେ ହେଉଛି । ସେହି ରାସ୍ତାରେ ପ୍ରତିଦିନ ଛୋଟ ଛୋଟ ପିଲା ମାନଙ୍କୁ ଠାରୁ ଆରମ୍ଭ କରି ଯୁବକ ଓ ବୃଦ୍ଧ ମାନେ ଯିବା ଆସିବା କରିଥାନ୍ତି । ସେହି ଖୋଲା ଗାତ ଯୋଗୁଁ ଲୋକାମନେ ଦୁର୍ଘଟଣା ହୋଇ ଗୋଡ ହାତ ଭାଙ୍ଗିଥିବାର ଅଭିଯୋଗ ହୋଇଛି ।
ସେହି ପରି ଜନଗହଲି କଚେରୀ ଛକରେ ମଧ୍ୟ ସେହିପରି ମରାମତି ଆଳରେ ପଦ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ଗାତ ଖୋଲି ଖୋଲା ଛାଡି ଦେଇଥିବା କାରଣରୁ ସେଠାରେ ମଧ୍ୟ ନିତିଦିନ ଦୁର୍ଘଟଣା ଘଟୁଛି । ଦେଖିବାକୁ ଗଲେ ପଦ୍ମପୁର ଜନସ୍ୱାସ୍ଥ୍ୟ ବିଭାଗର ଠିକାଦରଙ୍କ ମନମୁଖି କାମ ଯୋଗୁଁ ଜନସାଧାରଣଙ୍କ ଜୀବନ ବିପଦରେ ପଡୁଛି । ପଦ୍ମପୁର ଉପଖଣ୍ଡ ଏ ବିଷୟରେ ପଦକ୍ଷେପ ନେଇ ଏହି ଗାତ ଗୁଡିକ ଶିଘ୍ର ପୋତିବା ପାଇଁ ବ୍ୟବସ୍ଥା କଲେ ଅନେକ ଲୋକ ଦୁର୍ଘଟଣାରୁ ବର୍ତ୍ତି ଯାଆନ୍ତେ ।