ପାଇକମାଲ-ମହିଳା ମାନଙ୍କୁ ସଶକ୍ତି କରଣ ସକାଶେ ଓଡ଼ିଶା ସରକାର ଙ୍କ “ସୁଭଦ୍ରା” ଯୋଜନା କୁ ସଫଳ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ନବମ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ଛାତ୍ରୀ ମାନଙ୍କ ମଧ୍ୟରେ ବ୍ଲକ ସ୍ତରୀୟ “ଚିତ୍ରକଳା ପ୍ରତିଯୋଗୀତା” ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ,ପାଇକମାଲ ଠାରେ ଅନୁଷ୍ଠିତ ହୋଇ ଯାଇଛି l ପାଇକମାଲ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ୨୪ ଜଣ ଛାତ୍ରୀ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ l ସମସ୍ତ ଛାତ୍ରୀ ମାନଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ସାଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା l
ସବୁଠୁ ଭଳ ପ୍ରଦର୍ଶନ କରିଥିବା ପାଞ୍ଚ ଜଣ ଛାତ୍ରୀ ମଧ୍ୟରେ ସ୍ନେହା ଦ୍ୱାରି, ମୁସ୍କାନ ତ୍ରିପାଠୀ , ( ଆଦର୍ଶ ବିଦ୍ୟାଳୟ ) ପ୍ରିନ୍ସି ଗୋଛି, ଡୋଲି ଭୋଇ ( ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ) ମିନତୀ ଗିଙ୍ଗରା, ବିନ୍ଧ୍ୟବାସିନୀ +୨ ମହାବିଦ୍ୟାଳୟ ଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ଚୟନ କରାଯାଇଛି । ସୁଭଦ୍ରା ଚିତ୍ରକଳା ପ୍ରତିଯୋଗୀତା ପରେ ଏକ ଉଦ୍ଦଜାପନୀ ସଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠତ ହୋଇ ଥିଲା l
ମୁଖ୍ୟ ଅତିଥି ଭାବେ ପାଇକମାଳ ,ସରପଞ୍ଚ ତୁଲlବତୀ ତାଣ୍ଡି ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଢ଼ଲେନ୍ଦ୍ର ବାରିକ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ମଞ୍ଚାସିନ ଥିଲେ l ଶେଷରେ ଶିକ୍ଷୟତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l