ବରପାଲି-ବରପାଲି ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ମହାବିଦ୍ଯାଳୟ ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଭକ୍ତବନ୍ଧୁ ପଧାନ ଓ ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଅଲେଖ କୁମାର ମହାନନ୍ଦଙ୍କ ସଂଯୋଜନାରେ କାର୍ଯ୍ଯକ୍ରମଟି ସଂଚାଳିତ ହୋଇଥିଲା। କର୍ମଶାଳାରେ ଏଚଆଇଭି/ଏଡସ ଉପରେ ସଚେତନତା କର୍ମଶାଳା ମାଧ୍ଯମରେ ଆଲୋଚନା ହୋଇଥିଲା । ମୁଖ୍ୟବକ୍ତା ଭାବରେ ବରଗଡ଼ ଜିଲ୍ଲା ଆଇଟିସିଟି ସୁପରଭାଇଜର ପ୍ରଶାନ୍ତ ନନ୍ଦ ଯୋଗଦେଇ ରୋଗର କାରଣ,ଭୟାବହତା,ନିରାକାରଣ ଓ ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ସମ୍ମାନିତ ବକ୍ତା ଭାବରେ ଭିମାସାର ବୁର୍ଲାର ରାମଚନ୍ଦ୍ର ଭୋଇ ଓ ସଞ୍ଜୟ ମଲ୍ଲିକ ଯୋଗ ଦେଇ ଜନ ସଚେତନତାକୁ ଗୁରୁତ୍ବ ଦେଇ ସଠିକ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସୁଶୀଲ କୁମାର ଶତପଥୀ,ଆଇକ୍ଯୁଏସି ସଂଯୋଜକ ଅଧ୍ୟାପକ ଧିରୋଜ୍ କୁମାର ତ୍ରିପାଠୀ , ରେଡକ୍ରସ ସମ୍ପାଦିକା ନତାଶା ସିକନ୍ଦର, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଉତ୍ତର କୁମାର ଗଡତିଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ କିପରି ନିଜକୁ ଏହି ରୋଗରୁ ଦୂରେଇ ରହିପାରିବେ ସେ ବିଷୟରେ ବୁଝାଇଥିଲେ । ଶେଷରେ ସଂଯୋଜକ ଅଧ୍ଯାପକ ଅଲେଖ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।