Monday, November 25, 2024
spot_imgspot_imgspot_img
Homeରାଜ୍ୟଗାଇସିଲେଟ ଠାରେ ଘରେ ଘରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗାଇସିଲେଟ ଠାରେ ଘରେ ଘରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ମିନି ଷ୍ଟାଡିୟମ ଠାରେ ସୁଭଦ୍ରା ଯୋଜନାର ଆଭାସି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ବିଡ଼ିଓ ଲକ୍ଷ୍ମଣ ମାଝି, ତହସିଲଦାର ଟିଟସ ମହାନନ୍ଦିଆ,ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ,ଦେବେନ୍ଦ୍ର ଯୋଶୀ,ସରୋଜ ଶ୍ରୀଭୁଷଣ ସାହୁ, ସିଡ଼ିପିଓ ସବିତା ସାହୁ,ସରପଞ୍ଚ ଶରତ କାଲୋ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଚଳିତ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବ୍ଲକର ୧୯ଟି ପଞ୍ଚାୟତରେ ୫୪୪ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟାଦେଶ ଆସିଥିବା ବେଳେ ପ୍ରାୟ ୧୦ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।

୧ଲକ୍ଷ୨୦ହଜାର ଟଙ୍କାରେ ଘର କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ମୋଦୀଙ୍କ ଜନ୍ମଦିନରେ ଓଡ଼ିଶା ଆସି ଓଡ଼ିଶାର ଅଗଣିତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଜଣଙ୍କ ପିଛା (୫୦୦୦) ପାଞ୍ଚ ହଜାର ଟଙ୍କା ଲେଖାଏଁ ଦେଇ ଯୋଜନାର ଶୁଭାରମ୍ଭ କରିଛନ୍ତି ।ତେବେ ସିଧା ସଳଖ ମହିଳା ମାନଙ୍କ ବ୍ୟାଙ୍କ୍ ଖାତା ରେ ୫୦୦୦ ଟଙ୍କା ଜମା ହୋଇଥିଲା ଫଳରେ ମହିଳାମାନଙ୍କ ଭିତରେ ଖୁସି ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମରେ ବ୍ଲକର ୧୯ ଟି ପଞ୍ଚାୟତର ପିଆର ଆଇ ସଦସ୍ୟ,ସଦସ୍ୟା ସିଡିପିଓ ସବିତା ସାହୁ, ବ୍ଲକ ଶିଶୁ ସମନ୍ୱିତ ବିକାଶର କର୍ମଚାରୀ, ଅଗ୍ନିଶମ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ମିଶନଶକ୍ତି, ଓଏଲଏମର ମହିଳାମାନେ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ରୁ ଉର୍ଦ୍ଧ ମହିଳା ସାମିଲ ହୋଇଥିବା ବେଳେ ଏହାକୁ ଜିପିଓ ପାଣ୍ଡବ ନନ୍ଦ,ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ ତ୍ରିପାଠୀ,କମ୍ପ୍ୟୁଟର ପ୍ରୋଗ୍ରାମର ବିକାଶ ରଞ୍ଜନ ପଣ୍ଡା,ଏପିଓ ମାନସ କୁମାର ଭୋଇ,ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଅଭୟ ପ୍ରଧାନ,ସ୍ୱଚ୍ଛ ମିଶନ ଅଧିକାରୀ ଖିତିସ ଚନ୍ଦ୍ର ପଟେଲ ଓ ବ୍ଲକ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।

error: Content is protected !!