Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି୧୩ ତମ ତିହାର ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।

୧୩ ତମ ତିହାର ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।

ବରଗଡ-ଅତାବିରା ତିହାର ଲୋକ ମହୋତ୍ସବ ଚଳିତ ବର୍ଷ ୧୩ ତମ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ଏହାକୁ ଅତ୍ୟନ୍ତ ବର୍ଣ୍ଣାଢ଼୍ୟ ଭାବରେ ପାଳନ କରିବାକୁ ଚେଷ୍ଟା କରାଯିବାକୁ ଆଜି ଅନୁଷ୍ଠିତ ବୈଠକ ରେ ନିଷ୍ପତି ନିଆଯାଇଛି । ସମିତିର ସଭାପତି ତଥା ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ବ ଓ ସଂଯୋଜକ ରବି ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକ ରେ ନିଷ୍ପତି ନିଆଯାଇଛି ଯେ ଚଳିତ ବର୍ଷ ପାଖାପାଖି ଚେଷ୍ଟା କରାଯିବ ଆମ ଅଞ୍ଚଳ ର ସାଂସ୍କୃତିକ ଦଳ ଗୁଡ଼ିକୁ ନେଇ ମହୋତ୍ସବର ଆୟୋଜନ କରାଯିବ । ଚଳିତ ବର୍ଷ ଅକ୍ଟୋବର ୧୦,୧୧ ଓ ୧୨ ତାରିଖ ତିନି ଦିନ ଧରି ମହୋତ୍ସବ ର ଆୟୋଜନ ହେବ।

ପ୍ରତ୍ୟେକ ସନ୍ଧ୍ୟା ରେ ତିନିଟି ସାଂସ୍କୃତିକ ଦଳ ର ନୃତ୍ୟ କାର୍ଯ୍ୟକ୍ରମ ରହିଥିବା ବେଳେ ତିହାର କଳା ପରିଷଦ ର କଳାକାର ମାନେ ପ୍ରତ୍ୟେକ ସନ୍ଧ୍ୟା ର ପ୍ରଥମ କାର୍ଯ୍ୟକ୍ରମ ସ୍ୱରୂପ ପଶ୍ଚିମ ଓଡ଼ିଶା ର ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରି କାର୍ଯକ୍ରମ କୁ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାହିତ୍ୟ କ୍ଷେତ୍ର ରେ ଅବଦାନ ପାଇଁ ସ୍ବର୍ଗତ ନାରାୟଣ ପୃଷେଠ ସ୍ମୃତି ସମ୍ମାନ, ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ ସ୍ବର୍ଗତ ରାଜେନ୍ଦ୍ର ସାହୁ ସ୍ମୃତି ସମ୍ମାନ, ସମ୍ବଲପୁରୀ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ସ୍ବର୍ଗତ ମିତ୍ରଭାନୁ ବିଶ୍ଵାଳ ସ୍ମୃତି ସମ୍ମାନ , ସମାଜସେବା କ୍ଷେତ୍ରରେ ଯୋଗଦାନ ପାଇଁ ସ୍ବର୍ଗତ ବସନ୍ତ କୁମାରୀ ପଣ୍ଡା ସ୍ମୃତି ସମ୍ମାନ, ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳ ସ୍ମୃତି ସମ୍ମାନ ଏବଂ ଓଡ଼ିଆ ମାଧ୍ୟମିକ ବୋର୍ଡ ଦ୍ଵାରା ପରିଚାଳିତ ମାଟ୍ରିକ ପରୀକ୍ଷା ରେ ଅତାବିରା ବ୍ଲକ ରେ ପ୍ରଥମ ହୋଇଥିବା ଛାତ୍ର / ଛାତ୍ରୀ ଙ୍କୁ ସ୍ବର୍ଗତ ରାମ ଲକ୍ଷ୍ମଣ ଦାଶ ସ୍ମୃତି ସମ୍ମାନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଗଲା ।

ମହୋତ୍ସବ ର ଆୟୋଜନ ପାଇଁ ବିଭିନ୍ନ ସବ କମିଟି ଯେଭଳି କି ସ୍ମରଣିକା , ଖାଦ୍ୟ ,ଷ୍ଟେଜ, ରହଣି, ସାଂସ୍କୃତିକ ଦଳ ପରିଚାଳନା , ଲାଇଟ୍ ଓ ସାଉଣ୍ଡ, ସମ୍ବର୍ଧନା ଓ ପୁରସ୍କାର ସହ ଅନ୍ୟାନ୍ୟ ସମସ୍ତ ବିଷୟ ପରିଚାଳନା ପାଇଁ ସବ କମିଟି ମାନ ଗଠନ କରାଯାଇଥିଲା। ସଭାପତି ତଥା ବିଧାୟକ ଶ୍ରୀ ମହାନନ୍ଦ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ନିଜ ନିଜ କମିଟି ର କାର୍ଯ୍ୟ ସୁଚାରୁ ରୁପେ ପ୍ରତିପାଦନ କରିବା ସହ ଚଳିତ ବର୍ଷ ମହୋତ୍ସବ ଦିନ ର ବହୁ ପୂର୍ବରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୁରଣ କରି ସମସ୍ତେ ଯେଭଳି ମହୋତ୍ସବ କୁ ନିଜ ପରିବାର ସହ ଆରାମ ରେ ଉପଭୋଗ କରି ପାରିବେ ସେ ଉପରେ ଦୃଷ୍ଟି ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

error: Content is protected !!