Sunday, March 8, 2026
Homeଅଘଟଣଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର !

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର !

କୁଚିଣ୍ଡା(ତପନ ଦାଶ)-କୁହାଯାଏ ଡାକ୍ତର ଭଗବାନ ଙ୍କ ଦ୍ଵିତୀୟ ରୂପ । ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଥାଏ । ହେଲେ କୋଟିପଟି ବାପାଙ୍କ ପଇସାରେ ପାଠ ପଢି ଯଦି ଜଣେ ଡାକ୍ତର ହୋଇ ରୋଗୀ କି ତାଙ୍କ ସମର୍କୀୟଙ୍କୁ କିମ୍ବା ସମାଜରେ କୌଣସି ଲୋକଙ୍କୁ ଅନ୍ୟ ଦୃଷ୍ଟିରେ ଦେଖେ ଓ ସେଭଳି ବ୍ୟବହାର କରେ ସେ ଡାକ୍ତର ନ ହେବା ଭଲ । କାରଣ ତାଙ୍କର ବ୍ୟବହାରରେ ଅନେକ ଲୋକଙ୍କୁ କଷ୍ଟ ଦେଇଥାଏ । ତେବେ ସେ ଯାହା ହେଉନା କାହିଁକି ସବୁ ଡାକ୍ତର ସମାନ ନ ଥାନ୍ତି । ଆଜି ଜଣେ ଅସହାୟ ଲୋକଙ୍କ ସେବା କରିବାକୁ ଯାଇ ଜଣେ ବୈଦୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ଜଣେ ଡାକ୍ତର ଦୁର୍ବ୍ୟବହାର ଅତ୍ୟନ୍ତ ଦୁଃଖଦାୟକ ହୋଇଛି ।

କୁନ୍ତରା ପାଞ୍ଚୟତ ଗୁରଲୁମୁଣ୍ଡାର ୪୫ ବର୍ଷିୟ ବିଶ୍ୱଜିତ ନାଏକ ବିଲରେ କାମ କରୁଥିବା ବେଳେ ସାପ କାମୁଡ଼ାରେ ଗୁରୁତର ହୋଇ ପଡ଼ିଥିଲେ । ତେବେ ତାଙ୍କ ଭାଇ ସ୍କୁଟିରେ ତାଙ୍କୁ କୁନ୍ତରା ମେଡିକାଲ ନେବା ପରିବର୍ତ୍ତେ କିମ୍ବା କୁଚିଣ୍ଡା ଡାକ୍ତରଖାନାକୁ ଆଣିବା ପରିବର୍ତ୍ତେ କୁଚିଣ୍ଡାର ଏକ ଗୁଣିଆ ପାଖକୁ ଆଣୁଥିଲେ । ତେବେ ମହୁଲଡିହି ରାସ୍ତା ଛକରେ ତାଙ୍କ ଭାଇ ସ୍କୁଟିରୁ ପଡିଯାଇଥିଲେ। ସେହି ସମୟରେ ସାମ୍ବାଦିକ ତପନ ଦାସ ସେହି ରାସ୍ତା ଦେଇ ଯାଉଥିବା ବେଳେ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପାଖରେ ଯାଉଥିବା ଏକ ଅଟୋକୁ ଅଟକାଇ କୁଚିଣ୍ଡା ଡାକ୍ତର ଖାନା କୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ପିନାକ ଦାସଙ୍କୁ ଦେଖିବା ପାଇଁ ଅନୁରୋଧ କରିଥିଲେ। ଡାକ୍ତର ମଧ୍ୟ ଚିକିତ୍ସା କରିଥିଲେ ହେଲେ ସେତେବେଳକୁ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଯାଇଥିଲା ।

ସାମ୍ବାଦିକ ଜଣଙ୍କ ମଧ୍ୟ ଆଖି ସାମ୍ନାରେ ଜଣେ ଚେଷ୍ଟା ସତ୍ୱେ ମୃତ୍ୟୁ ବରଣ କରିଥିବାରୁ ଗଭୀର ମର୍ମାହତ ହୋଇ କିଛି ଫୋଟୋ ସୋସିଆଲ ମେଡ଼ିଆରେ ପୋଷ୍ଟ କରିଥିଲେ । ଝଡାଫୁଙ୍କା ପାଇଁ ଜୀବନ ଗଲା ବୋଲି ମଧ୍ୟ ଲେଖିଥିଲେ। ତେବେ ସନ୍ଧ୍ୟା ସମୟରେ ଖବର ସଂଗ୍ରହ ପାଇଁ ଡାକ୍ତରଖାନା ଯାଇଥିବା ବେଳେ ଡାକ୍ତର ଜଣଙ୍କ ସାମ୍ବାଦିକଙ୍କୁ ଅନେକ କଟୁକଥା କହିବା ସହିତ ଅଧିକାର ବିଷୟରେ ପଚରିଥିଲେ ଏବଂ ଆପଣଙ୍କୁ ସୋସିଆଲ ମିଡ଼ିଆରେ ଛାଡିଲେ ହେଲେ ମୋ ଫୋଟୋ କାହିଁକି ଛାଡିଲେ ଆମକୁ ଏକ୍ସପୋଜ କରୁଛନ୍ତି ଏଭଳି ଅନେକ କଥା କହିଲେ । ତେବେ ସାମ୍ବାଦିକ ଜଣଙ୍କ କିଛି ନ କହି ଗଭୀର ଭାବେ ମର୍ମାହତ ହୋଇ ପଡିଛନ୍ତି । ଉଚିତ ବିଚାର ପାଇଁ ଏସ୍ଡ଼ିଏମୋ ଓ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ସମାଜ ସେବା କରିବାରେ ଭୁଲ କେଉଁଠି ରହିଲା ବୋଲି ଜାଣିବାକୁ ଚାହିଁଛନ୍ତି ।

error: Content is protected !!