Sunday, March 8, 2026
Homeରାଜ୍ୟ"ସୁଭଦ୍ରା ଯୋଜନା" ର ପଦଯାତ୍ରା ଅନୁଷ୍ଠିତ ।

“ସୁଭଦ୍ରା ଯୋଜନା” ର ପଦଯାତ୍ରା ଅନୁଷ୍ଠିତ ।

ପଦ୍ମପୁର – ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ର ୧୧ ଗୋଟି ୱାର୍ଡରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନାରୀ ସଶକ୍ତିକରଣ ଯୋଜନା “ସୁଭଦ୍ରା ଯୋଜନା”ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ପଦଯାତ୍ରାରେ ସୁଭଦ୍ରା ଯୋଜନାର ଲକ୍ଷ୍ୟ, ଉଦ୍ଧେଶ୍ୟ ଏବଂ ଉପାଦେୟତା ବାବଦରେ ସଚେତନତା କରାଗଲା। ସମସ୍ତ ୱାର୍ଡ ରେ ୱାର୍ଡ କାଉନସିଲର, ୱାର୍ଡ ଅଫିସର, ସିଡିପିଓ, ଅଙ୍ଗନବାଡି କର୍ମି, ଏବଂ ସ୍ୱଚ୍ଛସାଥି ସୁପରଭାଇଜର ଓ ଯୋଗ୍ୟ ସୁଭଦ୍ରା ହିତାଧିକାରୀ ସାମିଲ ହୋଇଥିଲେ।

error: Content is protected !!