Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକାଳିୟଦଳନ ବାଳକୄଷ୍ଣଙ୍କ ପୂଜନତ୍ସୋବ ।

କାଳିୟଦଳନ ବାଳକୄଷ୍ଣଙ୍କ ପୂଜନତ୍ସୋବ ।

ବରପାଲି – ବରପାଲି ସହରରେ ବାଳ କୃଷ୍ଣଙ୍କ କାଳିୟଦଳନ ପ୍ରତିମୃତିକୁ ପୁଜନ ଉତ୍ସବ ସମାପନ ହୋଇଯାଇଛି। ଯୁଗର ପରିବର୍ତ୍ତନ ଓ ମାନଶିକତାର ଅଭାବ ବୄଦ୍ଧି ପାଇଥିଲେ ସୁଦ୍ଧା ବରପାଲିରେ ପୁର୍ବ ପରମ୍ପରା ସଂସ୍କୃତି ଆଜିବି ଉଜ୍ଜିବିତ ରହିପାରିଛି। ଆଜି ପୁର୍ବାହ୍ନରେ ଭକ୍ତ ମାନେ ବାଳ କୃଷ୍ଣଙ୍କ କାଳିୟଦଳନ ପ୍ରତିମୃର୍ତ୍ତିକୁ ହର୍ତ୍ସଉଲ୍ଲାସ ମଧ୍ଯରେ ବିଭିନ୍ନ ପୋଖରି ଓ କେନାଲ ପାଣିରେ ବିସର୍ଜନ କରିଥିଲେ। ଶନିବାର ରାତ୍ର ସମୟରେ କୁଷ୍ଟାପଡା,ତେଲିପଡା,ପାପପଡା,ସୁନାରିପଡା ପ୍ରଭୁତି ମଣ୍ତପ ମାନଙ୍କରେ ଉତ୍ସବ ପାଳିତ ହୋଇଥିଲେ। ଭକ୍ତ ମାନେ ଘର ସମ୍ମୁଖରେ ସୁସଜ୍ଜିତ ମଣ୍ତପ ମାନ ସ୍ଥାପନ ମାଧ୍ଯମରେ ପ୍ରଥାକୁ ଜାରି ରଖିଥିଲେ। ଭକ୍ତମାନେ ପୁର୍ବରୁ ମଣ୍ତପରେ ନିଜ ହାତରେ ପ୍ରସ୍ତୁତ କରିଥିବା ଭିନ୍ନଭିନ୍ନ ଯାତିୟ ମାଟିରେ ଗଢିଥିବା ଚଡେଇ, ଜିବ ଯନ୍ତୁ ମାନ ସୁନ୍ଦର ଭାବେ ସଜେଇ ରଖିଥିଲେ। ହେଲେ ପୂଜାପ୍ରଥା ଅନୁଶାରେ ୨୪ଘଣ୍ଟା ପୁର୍ବରୁ ନିର୍ମିତ ବାଳକୃଷ୍ଣ କାଳିୟ ନାଗକୁ ଦଳନ କରୁଥିବା ଅବସ୍ଥାରେ ଦଣ୍ଡାୟମାନ କଞ୍ଚାମାଟିର ମୃର୍ତ୍ତିକୁ କଳା ରଙ୍ଗରେ ରଙ୍ଗିଲା ପରେ ମଣ୍ଡପର ମଧ୍ଯସ୍ଥଳରେ ସ୍ଥାପନ କରିଥାନ୍ତି।

କାଳିୟଦଳନ ମୂର୍ତ୍ତିରେ ଚାରି ପାର୍ଶ୍ବରେ ଅନ୍ଯାନ୍ଯ ଜିବଯନ୍ତୁ ଏବଂ ପକ୍ଷି ଚଢେଇ ମାନଙ୍କୁ ରଖାଯାଇଥାଏ। ଭକ୍ତ ମାନେ ନିଜ ଭକ୍ତିଭାବ ନେଇ କାଳିୟ ଦଳନ କୃଷ୍ଣଙ୍କୁ ପୁଜାର୍ଚ୍ଚନା ମାଧ୍ଯମରେ ଭୋଗରାଗ ଅର୍ପଣ କଲା ପରେ ପରିବାରର ଶୁଭ କାମନା ନେଇ ଆଶିର୍ବାଦ ଭିକ୍ଷା କରିଥାନ୍ତି। ପରେ ଅର୍ପଣ କରାଯାଇଥିବା ଭୋଗରାଗକୁ ସାଧାରଣଙ୍କ ମଧ୍ଯରେ ବିତରଣ କରାଯାଇଥିଲା। ଆଜି ପ୍ରତ୍ଯୁଷରେ ଭକ୍ତ ମାନେ ମଣ୍ଡପରେ ଶୋଭା ପାଉଥିବା ପଶୁ ପକ୍ଷି ମାନଙ୍କୁ ପାଖରେ ରହିଥିବା ଛୋଟଛୋଟ ଶିଶୁ ମାନଙ୍କୁ ତାଙ୍କ ମନମୁତାବକ ଭାବରେ ବାଣ୍ଟିଥିଲେ। ଉତ୍ସବର ମାହାତ୍ମ୍ଯ ଋଷି କାଷ୍ଯପଙ୍କ ପୁତ୍ର କାଳିୟ ନାଗ ରମଣ ଦ୍ବିପରେ ପକ୍ଷୀରାଜ ଗଋଡ ଦେବଙ୍କ ମଧ୍ଯରେ ଶତୃତା ବୃଦ୍ଧି ପାଇଥିଲା। କାଳିୟ ନାଗ ପରିବାର ସହ ସ୍ଥାନ ପରିବର୍ତ୍ତନ କରି ଜମୁନା କାଳିନ୍ଦି ହ୍ରଦରେ ସୂରକ୍ଷିତ ଭାବେ ବସବାସ କରିଥିଲା। ହେଲେ କାଳିୟ ନାଗର ପ୍ରକୋପରେ ସାରା ଯିବଜଗତ ଭୟାତୁର ହୋଇ ହ୍ରଦରୁ ଅନ୍ଯତ୍ର ପଳାୟନ କରିଥିଲେ।

ହ୍ରଦରେ କାଳିୟ ନାଗର ଉତ୍କଟ ହଳାହଳ ବିଷଜ୍ବାଳା ମିଶ୍ରିତ ହୋଇ ହ୍ରଦ ଜଳରାଶି ବିଶାକ୍ତମୟ ହୋଇ ଉଠିଥିଲା। ପୁର୍ବରୁ ହ୍ରଦ ଉପରେ ନିର୍ଭରଶିଳ ରହିଥିବା ପ୍ରାଣି ଜଗତ ପାଣି ପିଇବାକୁ ଯାଇ ନିଜ ପ୍ରାଣକୁ ବିସର୍ଜନ କରୁଥିଲେ। ବାଳକୃଷ୍ଣ ସଙ୍ଗ ମେଳରେ ହ୍ରଦକୂଳକୁ ଆସିଥିବା ବେଳେ କାଳିୟ ନାଗକୁ ଦମନ କରିବା ସହ ଅନ୍ଯତ୍ର ପଠାଇ ସାରା ଯିବଜଗତକୁ ଉଦ୍ଧାର କରିଥିଲେ। ଭଗବାନ ବାଳକୃଷ୍ଣଙ୍କ ମହାନତା ଯୋଗୁ ସାରା ଜଗତ ଉଦ୍ଧାର ପାଇଥିଲା। କାଳିୟଦଳନ ଉପାଖ୍ଯାନକୁ ସ୍ମରଣ ରଖିବା ସହ ନିଜ ପରିବାର ସହ ସାରା ଯିବଜଗତର ସୁରକ୍ଷା ହିତ ଦୃଷ୍ଟିରୁ କାଳିୟ ଦଳନ ରୂପି ଭଗବାନ ବାଳକୃଷ୍ଣଙ୍କ ପୂଜାର୍ଚ୍ଚନା ମାଧ୍ଯମରେ ପ୍ରତିବର୍ଷ ଭାଦ୍ରବ ମାସ ବଡ ଏକାଦଶି ତିଥିରେ ବହୁ ଦିନରୁ ଏହି ପୁରାଣ ବର୍ଣ୍ଣିତ ପାରମ୍ପାରିକ ନିତିରେ ପୂଜନ ପରମ୍ପରା ଆଗେଇଚାଲିଛି।

error: Content is protected !!