Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକରମା ଏକାଦଶୀର ମାଁ କରମସାନୀ ପୂଜନ ଉତ୍ସବ ।

କରମା ଏକାଦଶୀର ମାଁ କରମସାନୀ ପୂଜନ ଉତ୍ସବ ।

ବରପାଲି-ବରପାଲି ତଥା ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ମାଁ କରମସାନୀ ପୂଜନ ଉତ୍ସବ ନିତି ପ୍ରଥା ଅନୁଶାରେ ପାଳିତ ହୋଇଯାଇଛି। ବରପାଲିର ଭିନ୍ନଭିନ୍ନ ୱାଡ ସହ ଗ୍ରାମାଞ୍ଚଳର ବହୁ ଗ୍ରାମରେ ମାନଶିକଧାରୀ ଭକ୍ତଙ୍କ ଦ୍ବାରା ପୂଜାର୍ଚ୍ଚନା ହୋଇଥିଲା। ଏହି ଅବସରରେ ଜୁଲଟ ଲକ୍ଷ୍ମୀନଗର ଛକ ନିକଟସ୍ଥ ମାଁ କରମସାନୀ ମନ୍ଦିରକୁ ସୂସଜ୍ଜିତ ଭାବରେ ସଜ୍ଜିତ କରାଯାଇଥିଲା। ଶନିବାର ପୁର୍ବାହ୍ନରେ ପୂଜକ ଦଶରଥ ପୂଜାରୀ ମାଁଙ୍କ ପୂଜାପିଠରେ ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭକ୍ତ ମାନଙ୍କ ଭୋଗରାଗ ମାଁଙ୍କୁ ଅର୍ପଣ କଲାପରେ ଦିଅଁ ଦର୍ଶନ ସହ ଆଶିର୍ବାଦ ପରମ୍ପରା ନିତି ମାନ ପାଳନ କରାଯାଇଥିଲା।

ପରେ ଭକ୍ତ ଗାହାକବାହାକ ମାନଙ୍କୁ ନେଇ କରମସାନୀ ଭକ୍ତି ସଂଗୀତ ଗାନ ମାଧ୍ଯମରେ ତାଳେତାଳେ ନୃତ୍ଯ, ଘୁଘୁଂର,ମାନ୍ଦଲ, କସତାଲ ବାଦ୍ୟର ଝଙ୍କାରରେ ଉତ୍ସବଟି ମୁଖରିତ ହୋଇ ଉଠିଥିଲା । ଭକ୍ତ ମାନେ ମାଁଙ୍କ ଦର୍ଶନ କରିବା ସହ ଭୋଗରାଗ ଅର୍ପଣ ସହ ଆଶିର୍ବାଦ କାମନା କରିଥିଲେ। ପରିଚାଳନାରେ କମିଟିର ଶିବ ବାରିକ,ସଂଗ୍ରାମ ବାରିକ,ଖୁଚିଂ ବାରିକ,ହାରାଧନ ବାଗ,ଶ୍ରୀପତି ବାଗ,ସଂଗ୍ରାମ ବାରିକ,ବିଜୟ ବାରିକ,ଶିକୁ ବାରିକ,ବିଶ୍ବ ବାରିକଙ୍କ ସମେତ ସଦସ୍ଯ ମାନେ ସହାୟତା କରିଥିଲେ।

error: Content is protected !!