Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିପଗାରପାଣି ଗ୍ରାମରେ ନୂଆଁଖାଇ ଭେଟ୍ ଘାଟ୍ ।

ପଗାରପାଣି ଗ୍ରାମରେ ନୂଆଁଖାଇ ଭେଟ୍ ଘାଟ୍ ।

ଝାରବନ୍ଧ(ବଂଶିଧର ନାୟକ)- ବରଗଡ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ପଗାରପାଣି ଗ୍ରାମ ରେ ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୁବଶକ୍ତି କ୍ଳବ୍ ପଗାରପାଣି ସଭାପତି ତଥା ଗ୍ରାମ ର ଗୌନ୍ତିଆ ଶ୍ରୀ ଚକ୍ରଧର ସଗର ଙ୍କ ନେତୃତ୍ୱରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥରେ ମୁଖ୍ୟ ଅତିଥି ଭାବେ ଝାରଵନ୍ଧ ନୋଡାଲ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀ ହୃଷିକେଶ ପୋଡ଼ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ପଗାରପାଣି ପ୍ରକଳ୍ପ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିରଞ୍ଚି କ‌ଇଚି, ହେମନ୍ତ ନେଗି ତଥା ପଗାରପାଣି ଗ୍ରାମ ର ଭଦ୍ରବ୍ୟକ୍ତି ଗଙ୍ଗାଧର ସଗର, ନୀଳମଣି ନାଏକ ଖବର ଦାତା ଦେବେନ୍ଦ୍ର ସାହୁ ପ୍ରମୁଖ ମଞ୍ଜାସିନ ଥିଲେ।

ପଶ୍ଚିମ ଓଡିଶା ର ଗଣପର୍ବ ନୂଆଁଖାଇ ଏକ ଭାଇଚାରାର ପର୍ବ ନୂଆଁଖାଇ ଭେଟ୍ ଘାଟ୍ ବିଷୟରେ ସମସ୍ତ ଅତିଥି ମାନେ ଆଲୋକପାତ କରିଥିଲେ।ସମସ୍ତ ଅତିଥି ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅତିଥି ହେଲେ ଶ୍ରୀ ହୃଷିକେଶ ପୋଡ଼ ଶିକ୍ଷକ ଓ ଆଶାକର୍ମୀ ଶ୍ରୀମତୀ କାମିନୀ ସଗର , ପବିତ୍ର ଵାଗ, ମନ୍ଦିର ‌କାରିଗର ସମସ୍ତ ଙ୍କୁ ସମ୍ମାନିତ କରାଯାଇଥିଲା। ନୁଆଁଖାଇ ଭେଟଘାଟ ଅବସରରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ‌ଵୈଠକି କିର୍ତ୍ତନ୍ୟ ହୋଇଥିଲା। ଏହି ବୈଠକି କାର୍ଯ୍ୟକ୍ରମ ରେ ଆଠଟି କିର୍ତ୍ତନ୍ୟ ମଣ୍ଡଳୀ ଅଂଶ ଗ୍ରହଣ କରି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ଓ କିର୍ତ୍ତନ୍ୟ ମଣ୍ଡଳୀ ମାନଙ୍କୁ ଗ୍ରାମର ଗୌନ୍ତିଆ ଶ୍ରୀ ଚକ୍ରଧର ସଗର ଉପଢୌକନ ,ମାନପତ୍ର ଓ‌ ଵ‌ଉଲ ଗଛର ଚାରା ଦେଇ ସମ୍ମାନିତ କରିଥିଲେ। ଶେଷରେ ଶ୍ରୀ ସହନ କଲାରି ଓ ଶ୍ରୀ ଗୋପୀନାଥ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକି କିର୍ତ୍ତନ୍ୟ ଦେଖିବାକୁ ବହୁ ଦର୍ଶକ ଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳାର ରେ ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ସମାନ ହୋଇଥିଲା।

error: Content is protected !!