Sunday, March 8, 2026
Homeରାଜ୍ୟଜମିପଟ୍ଟା ପ୍ରଦାନ ପାଇଁ ତହସିଲଦାରକୁ ଦାବିପତ୍ର ପ୍ରଦାନ।

ଜମିପଟ୍ଟା ପ୍ରଦାନ ପାଇଁ ତହସିଲଦାରକୁ ଦାବିପତ୍ର ପ୍ରଦାନ।

ଅତାବିରା(ସୁରେନ୍ଦ୍ର କଠାର)-ଜମିପଟ୍ଟା ପ୍ରଦାନ ପାଇଁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପାହାଡଶ୍ରୀଗିଡ଼ା ଗ୍ରାମ ପଞ୍ଚାୟତ ସଂଘର ନାରୀନେତ୍ରୀ ଶ୍ରୀମତୀ ଅହଲ୍ୟା ଭୋଇ ପାହାଡଶ୍ରୀଗିଡ଼ା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଗରିବ ଆଦିବାସୀ ମାନେ ଅତାବିରା ତହସିଲକୁ ଆସି ତହସିଲଦାର ବ୍ରଜକିଶୋର ସାହୁକୁ ଦାବି ଜଣାଇଛନ୍ତି |ଏଠାରେ ସୂଚନା ଯୋଗ୍ୟ ଯେ ଦୀର୍ଘଦିନ ଧରି ପାହାଡଶ୍ରୀଗିଡା ଅଂଚଳର ଆଦିବାସୀମାନେ ଜଙ୍ଗଲ ଜମୀ ଚାଷ କରି ଆସୁଛନ୍ତି କିନ୍ତୁ ତାକୁ ଏ ପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ କରାଯାଉ ନାହିଁ |

ଏବଂ ଭୂମିହୀନ ମାନଙ୍କୁ ୪ ଡିସିମିଲ ର ଘରଡିହ ଯୋଗାଇ ଦିଆଯାଉ ନାହିଁ |ତହସିଲଦାରକଂ ସହ ଆଲୋଚନା ସମୟରେ ଭନ୍ଦ୍ର ନାଏକ,ମାଧ ମୁଣ୍ଡା,ବୁଧୁ ମୁଣ୍ଡା,ମଂଗଲୁ ମୁଣ୍ଡା,ଲବ ମୁଣ୍ଡା,ରିଂକି ନାଏକ,ପରମେଶ୍ବର ମୁଣ୍ଡା,ଗଜିନ୍ଦ୍ର କୁମୁରା,ଆଦିତ୍ୟ ସାଏ,ସମରା ଭେଂଗରା,ମାଧବ ସୋରେନ ,ଦୁର୍ଗା ପୂର୍ଣ୍ନି ଅଜିତ କାର୍ଜି,ଆଶ୍ରୀତା ଲଗୁନ,ୟଗୋ ଲଗୁନ,ମାଗେ ଜାଡିଆ ପ୍ରମୁଖ ଉପସ୍ତିତ ଥିଲେ |

error: Content is protected !!