Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟରେ ବରଗଡ ସାଂସଦଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭା ।

ଅଞ୍ଚଳ ମହାବିଦ୍ୟାଳୟରେ ବରଗଡ ସାଂସଦଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭା ।

ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ପାଇଁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି। ସଭା ପ୍ରାରମ୍ଭରେ ଶ୍ରୀ ପଣ୍ଡା ଉପସ୍ଥିତ ଅତିଥି ଏବଂ ଅନ୍ୟାନ୍ୟ ସମସ୍ତଙ୍କୁ ସ୍ବାଗତ ଜଣାଇ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହା ପରେ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ମାନ୍ୟବର ସାଂସଦ ଙ୍କ ସମ୍ମୁଖରେ ଅଞ୍ଚଳ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟାବଳୀ ଗୁଡ଼ିକ ଯଥା ଅଡିଟୋରିୟମ ର ଅଭାବ, ଆବଶ୍ୟକୀୟ ଛାତ୍ରାବାସର ଅଭାବ ଇତ୍ୟାଦି ଉପସ୍ଥାପନ କରିଥିଲେ। ମାନ୍ୟବର ମୁଖ୍ୟ ଅତିଥି ସଂସଦ ପ୍ରଦୀପ ପୁରୋହିତ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଅନ୍ତର୍ନିହିତ ଗୁଣ କୁ ଚିହ୍ନଟ କରିବା ପାଇଁ ଏବଂ ଉତ୍ତମ ନାଗରିକ ହେବା ପାଇଁ ଉଦବୋଧନ ଦେଇଥିଲେ।

ଏହା ସହିତ ମହାବିଦ୍ୟାଳୟ ର ଉନ୍ନତି ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ନିଆ ଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ। ଷ୍ଟାଫ୍ କାଉନସିଲ ର ସେକ୍ରେଟାରୀ ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ ଅଧ୍ୟାପକ ସଂଘ ତରଫରୁ ମାନ୍ୟବର ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସଭାକୁ ଓଡ଼ିଆ ବିଭାଗର ମୁଖ୍ୟ ଡଃ ସରୋଜ କୁମାର ନାଏକ ସଂଯୋଜନା କରିଥିଲେ। ଶେଷରେ ଇଂରାଜି ବିଭାଗ ର ମୁଖ୍ୟ ଶ୍ରୀ ଖଗେଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହାପରେ କଲେଜ କ୍ୟାମ୍ପସ ରେ ଫ୍ରି ୱି.ଫାଇ. ବ୍ୟବସ୍ଥା ର ଉନ୍ମୋଚନ ମାନ୍ୟବର ସାଂସଦ ଙ୍କ ଦ୍ଵାରା ହୋଇଥିଲା। ଏହି ସଭାରେ କଲେଜ ର ପୂର୍ବତନ ସଭାପତି ପ୍ରିତେଶ ବୋହିଦାର, ଅଶୋକ ମିଶ୍ର, ସୁରେଶ ସାହୁ, ନରେଶ ସାହୁ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ସମସ୍ତେ ଯୋଗ ଦେଇଥିଲେ।

error: Content is protected !!