Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିକଲଙ୍ଗାପାଲିରେ ନିଆରା ଭାବରେ ନୂଆଁଖାଇ ପାଳିତ : ଏକାଠି ଖାଇଲେ ୨୫ ପରିବାରର ୧୩୦ ଜଣରୁ...

କଲଙ୍ଗାପାଲିରେ ନିଆରା ଭାବରେ ନୂଆଁଖାଇ ପାଳିତ : ଏକାଠି ଖାଇଲେ ୨୫ ପରିବାରର ୧୩୦ ଜଣରୁ ଉର୍ଦ୍ଧ ସଦସ୍ଯ ।

ଗାଇସିଲେଟ-ନୂଆଁଖାଇ ହେଉଛି ଅନେକତାରେ ଏକା ସାଙ୍ଗେ ନୂଆଁଖାଇବା ହେଉଛି ଏକ ସୂତ୍ରରେ ବାନ୍ଧିହୋଇ ରହିବା ସହିତ ଏକ ଭାଇଚାରାର ପର୍ବ ଏହି ମହାନ ଗଣପର୍ବକୁ ସାରା ପଶ୍ଚିମ ଓଡ଼ିଶାରେ ଖୁବ ଧୁମ ଧାମ ରେ ପାଳନ କରିଥିବା ବେଳେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଲଙ୍ଗାପାଲି ଗ୍ରାମର ସ୍ବର୍ଗତ ମଧୁ ଗୌନ୍ତିଆଙ୍କ ବଂଶଧର ବର୍ତ୍ତମାନ ସମୟର ମୁଖ୍ୟ ଗୌନ୍ତିଆ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁଙ୍କ ନେତୃତ୍ୱରେ ୨୫ ଗୋଟି ଗୌନ୍ତିଆ ପରିବାରର ପ୍ରାୟ ୧୩୦ ରୁ ଉର୍ଦ୍ଧ ସଦସ୍ଯ ଏକାଠି ନୂଆଁ ତଥା ନବାନ୍ନ ଖାଇବାର ଦେଖିବାକୁ ମିଳିଛି । ବର୍ତମାନ ସମୟରେ ଧୀରେ ଧୀରେ ଗୋଟିଏ ପରିବାର ଲୋକ ଏକାଠି ବସି ଖାଇବାର ସୁଯୋଗ ପାଉନଥିବା ବେଳେ ।

ଭାଇ ଭାଇ ଭିତରେ ଯେଉଁଭଳି ଭାବରେ ଶତ୍ରୁତା ସୃଷ୍ଟି ହୋଇ ଅନେକ ପରିବାର ଉଜୁଡ଼ି ଯାଉଥିବା ସମୟରେ ପ୍ରାୟତଃ ଗୋଟିଏ ପରିବାର ଏକାଠି ନୂଆଁ ଖାଇବାର ଆମେ ଦେଖିବାକୁ ପାଇଥାଉ । କିନ୍ତୁ ଏହି ଭାଇଚାରାର ପର୍ବରେ ଭାଇଚାରାକୁ ବଞ୍ଚାଇ ରଖିବା ପାଇଁ କଲଙ୍ଗାପାଲି ଗ୍ରାମର ଗୌନ୍ତିଆ ପରିବାର ଏକାଠି ନବାନ୍ନ ଭକ୍ଷଣ କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି । ସମସ୍ତେ ଏକା ସାଙ୍ଗରେ ରୋଷେଇ କରି ପିଠା ପଣା ପ୍ରସ୍ତୁତ କରି ସର୍ବ ପ୍ରଥମେ ଇଷ୍ଟଦେବୀ ମା ପାଟଣେଶ୍ୱରୀ ଙ୍କୁ ପୂଜାର୍ଚ୍ଚନା କରି ଭୋଗ ଲଗାଇଲା ପରେ ଏକାଠି ବସି ନବାନ୍ନ ଭକ୍ଷଣ କରି ଭୋଜି ଭାତ ଆସରରେ ମସଗୁଲ ହୋଇଥିଲେ । ନବାନ୍ନ ଭକ୍ଷଣ ପରେ ପୂଜ୍ୟ ପୂଜା ଅନୁସାରେ ପରିବାର ବୈଜେଷ୍ଠ ଶ୍ରୀଯୁକ୍ତ ଶଚ୍ଚିଦା ନନ୍ଦ ସାହୁ, ନିରଞ୍ଜନ ସାହୁ,ଚିତ୍ରସେନ ସାହୁ,ନେହେରୁ ସାହୁ, ଗୋପାଲ ସାହୁଙ୍କୁ ଏକାଠି ବସାଇ ତାଙ୍କ ଗୋଡ ଧୋଇ ମୁଣ୍ଡିଆ ମାରି ଆଶୀର୍ବାଦ କାମନା କରିବା ସହ ନିଜ ନିଜ ଭିତରେ ଜୁହାର ଭେଟ ହୋଇଥିଲେ ।

ପୂର୍ବାହ୍ନ ୩ ଟା ସମୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ନାଚ,ଗୀତ ଏବଂ ମ୍ୟୁଜିକ ଚେୟାର,ମାଠିଆ ଭଙ୍ଗା ଭଳି ଅନେକ ଖେଳ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମା ଏବଂ ଛୁଆ ମାନଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କବି ବୈରାଗୀ ସାହୁ,ବିଜୟ ସାହୁ,ପ୍ରମୋଦ ସାହୁ,ଥବିର ସାହୁ,ମହେନ୍ଦ୍ର ସାହୁ ପ୍ରମୁଖ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିବା ବେଳେ ଏକତା ଓ ଭାଇଚାରାର ଏହି ପର୍ବ ନିଦର୍ଶନ ପରସ୍ପର ଭିତରେ ସୃଷ୍ଟି ହୋଇଥିବା ଦୂରତାକୁ ଦୂର କରିବା ପାଇଁ ଏକାଠି ନୂଆଁ ଖାଇଥିବ ଗୌନ୍ତିଆ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ପ୍ରକାଶ କରିଛନ୍ତି ।

error: Content is protected !!