Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତି୭୬ ବର୍ଷରେ ବୁଦେଲପାଲି ନାଗବାଚା ପୂଜା l

୭୬ ବର୍ଷରେ ବୁଦେଲପାଲି ନାଗବାଚା ପୂଜା l

ଅତାବିରା(ସୁରେନ୍ଦ୍ର କଠାର)-୧୯୪୮ ମସିହା ହୀରାକୁଦ ଜଳବୁଡି ଅଞ୍ଚଳ ଖଡ଼ିଆଳର ଗୁରୁ ଟିକୁନୁ ରାଉତ ତାଙ୍କର ୧୦ ଜଣ ଶିଷ୍ୟ ବୁଦେଲପାଲି ର ସ୍ବର୍ଗତ ନରସିଂହ ପଧାନ ଙ୍କ ସହିତ ବାରପାହାଡ଼ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ସମୟରେ ନରସିଂହ ପଧାନଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା l ଶିଷ୍ୟ ଗଣ ଗୁରୁ ଟିକୁନୁ ଙ୍କ ସହିତ ନିଜର ମନ୍ତ୍ର ସାଧନା ବଳରେ ନରସିଂହ ଙ୍କ ଶରୀରରୁ ବିଷ କାଢି ତାଙ୍କୁ ମରଣ ମୁହଁରୁ ଫେରାଇ ଆଣିଥିଲେ l ଏହି ଖବର ବୁଦେଲପାଲି ଗ୍ରାମରେ ପ୍ରଚାରିତ ହେବା ପରେ ଗାଁ ରେ ସର୍ପ ବିଷ ହରଣ ବିଦ୍ୟା ଶିଖିବାକୁ କିଛି ଲୋକ ଇଛା ପ୍ରକାଶ କଲେ l ସେହି ଦିନଠାରୁ ନାଗବାଚା ପୂଜା ଆରମ୍ଭ ହେଲା l ଏହି ପୂଜା ଚଳିତ ବର୍ଷ ୭୬ବର୍ଷ ରେ ପହଂଚିଛି l ଗଣେଶ ଚତୁର୍ଥୀ ଦିନ ଝାଙ୍କର ଆନନ୍ଦ ଭୁଏ ନାଗବାଚl ମନ୍ଦିରରେ ଅଖଣ୍ଡ ଜାଳି ପୂଜାର୍ଚନା କରି ଦାଣ୍ଡ ପୂଜା ର ଶୁଭ ଦେଇଥିଲେ l ବର୍ଷିଆନ ସାଧକ ଯଦୁମଣି ଜାଲ, ସୁବନ ପଧାନ, ବୀରେନ୍ଦ୍ର ନାଏକ,ଜପ ନାଏକ ଙ୍କୁ ସମ୍ମାନିତ କରାଯାଇଥିଲା l ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ଗ୍ରାମର କାଶୀ ବିଶ୍ୱନାଥ ବାବାଙ୍କ ମନ୍ଦିରରେ ନାଗ ବରଣ ଓ ଘାଟ ପୂଜା ପରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦାଣ୍ଡ ପୂଜା କରାଯାଇଥିଲା l ଏହା ପରେ ଦେବତା ମାନଙ୍କ ନଗର ପରିକ୍ରମା କରି ମନ୍ଦିର ପ୍ରବେଶ ହୋଇଥିଲାl ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାମର ଭକ୍ତ ମାନେ ଦେବତାମାନଙ୍କ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥିଲେ l ଏହି ଉତ୍ସବରେ ଗୁରୁ ଯଦୁମଣି ଜାଲ, ବୈଦ୍ୟନାଥ ସାହୁ , ଶଙ୍କର ବୁଡ଼େକ ଓ ୧୯୦ଜଣ ଶିଷ୍ୟ ନାଗବାଚା ପୂଜାରେ ସାମିଲ ହୋଇଥିଲେ l ମଙ୍ଗଳବାର ସ୍ଥାନୀୟ ଦନ୍ତାନଦୀ କୁଳ ଝାରଗୁଡ଼ି ରେ ଝାର ପୂଜାରେ ଓ ପ୍ରସାଦ ସେବନ କରାଯାଇଥିଲl ନାଗବାଚ ପୂଜା ଦେଖିବାକୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗିଥିଲା l ଏଥିରେ ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବରଗଡ ଚିନିକଳ ର ପୂର୍ବତନ ସଭାପତି ଲକ୍ଷ୍ମୀ ରଥ, ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା, ସମୀର ସିଂହ ପ୍ରମୁଖ ଯୋଗଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ l ଗ୍ରାମର ମାନଭଞ୍ଜନ ପଧାନ, ଶରତ ସାହୁ, ପ୍ରଶାନ୍ତ ସାହୁ, ମୁଠିଦାର ପଧାନ ପ୍ରମୁଖ ସହଯୋଗ କରିଥିଲେ l

error: Content is protected !!