Saturday, November 23, 2024
spot_imgspot_imgspot_img
Homeରାଜ୍ୟଯାତ୍ରୀ ଏବଂ ଲକ୍ଷ୍ମୀବସ୍ ଅପେକ୍ଷାରେ ବସଷ୍ଟପ୍:ବଦଲିଲା ସରକାର ଯୋଜନା ହେଲା ବିଫଳ ।

ଯାତ୍ରୀ ଏବଂ ଲକ୍ଷ୍ମୀବସ୍ ଅପେକ୍ଷାରେ ବସଷ୍ଟପ୍:ବଦଲିଲା ସରକାର ଯୋଜନା ହେଲା ବିଫଳ ।

ଗାଇସିଲେଟ-ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ଉନ୍ନତ ମାନର ଗମନାଗମନ ସୁବିଧା ଯୋଗାଇବା ଦେବା ପାଇଁ ପୁର୍ବତନ ନବୀନ ପଟ୍ଟନାୟକ ସରକାର ପ୍ରତି ଗ୍ରାମ ପଞ୍ଚାୟତରୁ ବ୍ଳକୁ ବ୍ଳକରୁ ଜିଲ୍ଳା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଛନ୍ତି। ଏବଂ ତାସାଙ୍ଗକୁ ପ୍ରତ୍ଯେକ ଗ୍ରାମପଞ୍ଚାୟତରେ ୫ଲକ୍ଷ ଟଙ୍କା ବ୍ଯୟରେ ଲକ୍ଷ୍ମୀ ବସଷ୍ଟପ ମାନ ନିର୍ମାଣ କରିଛନ୍ତି। ଯେଉଁଥିରେ ଉନ୍ନତ ମାନର ଉପର ପଙ୍ଖା,ଷ୍ଟିଲ ରିଲିଙ୍ଗ,ରଙ୍ଗ ବିରଙ୍ଗର ଆଲୋକମାଳା ଖଞ୍ଜା ଯିବା ସହିତ ମାର୍ବଲ ବା ଟାଇଲ୍ସ ଚଟାଣ ସାଙ୍ଗକୁ ଦିବ୍ଯାଙ୍ଗ ମାନଙ୍କ ପାଇଁ ଗଡାଣିଆ ରାସ୍ତା, ବସିବାପାଇଁ ସିଟ୍ ମାନ ନିର୍ମାଣ ହୋଇଛି। ଯେଉଁ ବସ ଷ୍ଟପରେ ବସି ଯାତ୍ରୀ ମାନେ ଲକ୍ଷ୍ମୀ ବସକୁ ଅପେକ୍ଷା କରିବେ।

ଏହି ଲକ୍ଷ୍ମୀ ବସ ସେବା ଯୋଜନାରେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ମଧ୍ୟ ସାମିଲ ହୋଇଥିଲା। କିନ୍ତୁ ପରିତାପର ବିଷୟ ଏହିକି ଯେ,ଗତ ସାଧାରଣ ନିର୍ବାଚନରେ “ସରକାର ବଦଲିଲା ଯୋଜନା ହେଲା ବିଫଳ” ଏହି ଅର୍ଥକୁ ପାଥେୟ କରି କିମ୍ବା କହାଚାପରେ ବିଭାଗୀୟ ଅଧିକାରୀ କିମ୍ବା ସରକାରୀ ବାବୁ ଦୀର୍ଘ ତିନି ମାସ ହେଲା କିଛି ନଯାଣିଲା ପରି ଚୁପବସି ଛନ୍ତି ତାହା ଜନସାଧାରଣ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।କାରଣ ଦୀର୍ଘ ତିନି ମାସ ହୋଇଯିବ ଏହି ଗାଇସିଲେଟ ବ୍ଲକ ସଦରମହକୁମାରୁ ସକାଳୁ ବାହାରି ଭାୟା ଗୁଦେରପାଲି ବିଜେପୁର ବରଗଡ ଜିଲ୍ଲା ମୁଖ୍ୟାଳୟ କୁ ଯାଉଥିବା ଏସି ଲକ୍ଷ୍ମୀ ବସର ପରମିଟ ବାତିଲ ହୋଇଯାଇଛି।

ଯାହାଫଳରେ ବସଟି ବ୍ଳକ କାର୍ଯ୍ୟାଳୟ ପରିସରରେ ପଡି ଖତ ଖାଉଛି। କିନ୍ତୁ ଦୀର୍ଘ ତିନି ମାସ ହୋଇଯିବ ସେହି ଏସି ଲକ୍ଷ୍ମୀ ବସକୁ ଏବଂ ଯାତ୍ରୀ ମାନଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ଏହି ରୁଟରେ ନିର୍ମାଣ ହୋଇଥିବା ପ୍ରତ୍ଯେକ ଛକର ଉନ୍ନତ ମାନର ୫ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହୋଇଥିବା ବସଷ୍ଟପ ଗୁଡିକ। ଯାତ୍ରୀ କଣ ଆସିବେ ଲକ୍ଷ୍ମୀ ଏସି ବସ୍ ର ମଧ୍ୟ ଦେଖା ଦର୍ଶନ ନାହିଁ।

error: Content is protected !!