ପଦ୍ମପୁର-ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ଗ୍ରାମର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା। ରକ୍ତ ଦାନ ଶିବିରକୁ ପଦ୍ମପୁରର ବିଶିଷ୍ଟ ସମାଜସେବୀ ଶ୍ରୀ ନିରୋଜ ଦୋରା ଓ ମାଗଣା ସ୍ବାସ୍ଥ୍ୟ ଶିବିରକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ତେଜରାଜ ସାହୁ ଫିତା କାଟି ଶୁଭାରମ୍ଭ କରିଥିଲେ।
ସମ୍ମାନୀତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ମେହେର,ଡାକ୍ତର ରାମଚନ୍ଦ୍ର ମେହେର, ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଓ ସମାଜସେବୀ ରାଜ ସିଂହ ଯୋଗ ଦେଇଥିଲେ। ବର୍ତ୍ତମାନ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ସଙ୍କଟ ଥିବା ବେଳେ ଆଜିର ରକ୍ତ ଦାନ ଶିବିର ରୁ ପଦ୍ମପୁର ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦ୍ଵାରା ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏକ ନିଆରା ଢଙ୍ଗରେ ନୂଆଁଖାଇ ଓ ଗଣେଶ ପୂଜା ପାଳନ କରିଥିବାରୁ ଅତିଥି ମାନେ ଖୁବ ଖୁସି ହେବା ସହ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମକୁ ବିର୍ସା ଏଥେଲେଟିକ ଆସୋସିଏସନର ସଭାପତି ଆଜାଦ ଦାଶ,ସମ୍ପାଦକ ଗୁରୁଦେବ ମେହେର,ବିଜେ ମେହେର,ଉମେଶ ଅଗ୍ରୱାଲ, ସୁରେଶ ମେହେର, ପପ୍ପୁ ମେହେର, ଆଶିଷ ବେହେରା, ସୁମନ୍ତ ମେହେର ରାଜୀବ ଦାଶ ଅନ୍ୟ ସଦସ୍ୟଙ୍କ ସହ ନିଷ୍ଠା ପରିବାରର ମହିଳା ଶାଖା ମୁଖ୍ୟ ତ୍ରିପୁରା ସୁହୂଳା, ସୂତପା ଗଡତିଆ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଭୋଲା ନାଥ ସାହୁ , ରାତ୍ର ପ୍ରଧାନ ଓ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ।
ପରିଶେଷର ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ବିର୍ସା ଏଥେଲେଟିକ ଆସୋସିଏସନ୍ କୁ ଏକ ଉପଢୌକନ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।