Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକୁମ୍ଭାରୀରେ ୩୯ତମ ନୁଆଖାଇ ଭେଟଘାଟ ।

କୁମ୍ଭାରୀରେ ୩୯ତମ ନୁଆଖାଇ ଭେଟଘାଟ ।

ବରପାଲି-ବରପାଲି ବ୍ଲକ ଲୋକକଳା କୁମ୍ଭାରୀ ଗ୍ରାମରେ ଚଳିତବର୍ଷ ୩୯ତମ ନୁଆଖାଇ ଭେଟଘାଟ ସାଁସ୍କୃତିକ ସମାବେଶ ପାଳିତ ହୋଇଯାଇଛି। ସ୍ଥାନିୟ ଆଜାଦ ଯୁବକ ସଂଘ ପକ୍ଷରୁ ଆୟୋଜିତ ଉତ୍ସବରେ ମଞ୍ଚ ଅଭିନେତା ରାମଜୀ ପଧାନଙ୍କ ସଭାପତିତ୍ୱରେ ସମାରୋହ ପରିଚାଳିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶବ୍ଦ ନୃତ୍ୟଗୁରୁ ପଦ୍ମଶ୍ରୀ ଭାଗବତ ପଧାନ ଯୋଗ ଦେଇ କାର୍ଯ୍ଯକ୍ରମ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବରେ ନାଟ୍ୟକାର ତଥା ସ୍ତମ୍ବକାର ଅରୁଣ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବରେ ପର୍ବତାରୋହୀ ଲିପିକା ସେଠ ଓ ବିଜେପି ଓ ବି ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ।

ସଂସ୍କୃତି ବଞ୍ଚିଲେ ଆମେ ଓ ଆମର ସଂସ୍କାର ବଞ୍ଚିପାରିବ। ନୁଆଖାଇ ସଂସ୍କୃତି ମାନବ ସଭ୍ୟତାକୁ ଏକତାର ଡୋରୀରେ ବାନ୍ଧି ରଖିବାର ବାର୍ତ୍ତା ବହନ ଯୁଗଯୁଗରୁ କରିଆସିଛି ବୋଲି ମତବ୍ୟକ୍ତ କରିଥିଲେ l ସେହିପରି ଭେଟଘାଟ ପରମ୍ପରା,ନୁଆଁଖାଇ ସଂସ୍କୃତି ସହ ମୂଳତତ୍ବ ଉପରେ ଆଲୋଚନା କରିଥିଲେ। ପରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ପ୍ରସ୍ତୁତ କରାଯାଇଥିଲା।

error: Content is protected !!