ବରପାଲି-ବରପାଲି ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଶାଖା ସଭାପତି କାରଣ ସାହୁଙ୍କ ନେତୃତ୍ୱରେ ସ୍ଥାନିୟ ହାଇସ୍କୁଲ ଖେଳ ପଡିଆରେ ଏକ ଆଲୋଚନା ସଭାର ଆୟୋଜନ ହୋଇଯାଇଛି।ଅଞ୍ଚଳର ବିଦ୍ୟୁତ ଚାଷୀ ଉପଭୋକ୍ତା ମାନଙ୍କ ବିଦ୍ୟୁତ ସମସ୍ୟା ଭିତ୍ତିକ ସ୍ମାର୍ଟ ମିଟର, ବିଦ୍ୟୁତ ବିଲ ସହ ଅନ୍ଯ ପ୍ରସଙ୍ଗ ଉପରେ ଜରୁରୀ ବୈଠକ ହୋଇଥିଲା। ବୈଠକରେ ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ରାଜ ବୋଡାସମ୍ବର କୃଷକ ସଂଗଠନ ଅରବିନ୍ଦ ପଣ୍ଡା,ବିଜେପୁର କୃଷକ ସଙ୍ଗଠନ ସଭାପତି ସୁବାସ ପଧାନ,ଭେଡେନ କୃଷକ ସଂଗଠନ ସଭାପତି ସୁଦାମ ପାତ୍ର,ନରେନ୍ଦ୍ର ଭୋଇ ବରପାଲି ବଣିକ ସଘଂ ସଭାପତି ଅଶୋକ ପଣ୍ଡା ,ଜୟଦେବ ଗଡତିଆ,ବିଶ୍ୱ ହିନ୍ଦୁ ପରିଷଦ ସଭାପତି ନାରାୟଣ ପଣ୍ଡା,କିରଣ ପଟ୍ଟନାୟକ,ବିଦ୍ୟୁତ ଉପଭୋକ୍ତା ସଂଘ କମଲେଶ ରାୟ, କଲ୍ୟାଣ ଚାନ୍ଦ,ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ, ନାରାୟଣ ସାହୁ, ଅଲେଖ ସୁନା,ସାନନ୍ଦ ସାହୁ,ବୃନ୍ଦାବନ ମେହେର,ସତ୍ୟ ପଧାନ,ଶଙ୍କର ଖଟୁଆ, ବିରେନ ପଧାନ, ଦିଲେଶ୍ଵର ଦେହେରୀ, ପ୍ରଫୁଲ୍ଲ ଭୋଇ ସମେତ ପ୍ରତେକ ଗ୍ରାମର ବହୁ ଗ୍ରାମବାସୀ ଯୋଗ ଦେଇଥିଲେ।
ତପନ ମିଶ୍ରଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସଭାରେ ବିଭିନ୍ନ ଗ୍ରାମ ମାନଙ୍କରୁ ଆସିଥିବା ବିଦ୍ଯୁତ ଗ୍ରାହକ ମାନେ ବିଭାଗ ଦ୍ବାରା ବିଦ୍ଯୁତ ବିଲ ନାଁରେ ଜବରଦସ୍ତ ଲୁଟ, ବାରମ୍ବାର ବିଦ୍ୟୁତ କାଟ ସହିତ ଲୋ ଭୋଲଟେଜ ସାଙ୍ଗକୁ ସ୍ମାର୍ଟ ମିଟର ରେ ଅଧିକ ବିଲ ଆସୁଥିବା ଅଭିଯୋଗ ମାନ ଆଣିଥିଲେ। ସର୍ବସମ୍ମତ କ୍ରମେ ସ୍ମାର୍ଟ ମିଟର, ୩୦୦ ୟୁନିଟ ମାଗଣା ଏବଂ ଜଳକର ଭଳି ବିଦ୍ୟୁତ ବିଲ ନେବା ପାଇଁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ ପାଇଁ ପଥ ବଛା ଯାଇଥିଲା। ସେହିପରି ଆସନ୍ତା ୧୬ତାରିଖ ବରପାଲି ଉପଖଣ୍ତ ଯନ୍ର୍ତୀଙ୍କ କାର୍ଯ୍ଯାଳୟରେ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ ସହ ଆଲୋଚନା ପାଇଁ ନିଷ୍ପତ୍ତି ନେଇଥିଲେ।