Saturday, April 19, 2025
spot_imgspot_imgspot_img
Homeଅଘଟଣଚୋରଙ୍କ ଟାର୍ଗେଟ ରେ ଏମଡିଏମ ଚାଉଳ:ପ୍ରମାଣ ଅପେକ୍ଷାରେ ପୁଲିସ ।

ଚୋରଙ୍କ ଟାର୍ଗେଟ ରେ ଏମଡିଏମ ଚାଉଳ:ପ୍ରମାଣ ଅପେକ୍ଷାରେ ପୁଲିସ ।

ପଦ୍ମପୁର-ବର୍ତ୍ତମାନ ସମୟରେ ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଚୋର ମାନଙ୍କ ଟାର୍ଗେଟରେ ରହୁଛି ଏମଡିଏମ ଚାଉଳ। ପୃଥକ୍ ପୃଥକ୍ ଭାବେ ବିଗତ ଦଶ ଦିନ ଭିତରେ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟର ତାଲା ଭାଙ୍ଗି ଚୋରି ହୋଇଥିଲା।ଘଟଣା ସ୍ଥଳକୁ ଅନୁସନ୍ଧାନୀ କୁକୁର ମଧ୍ୟ ଅଣା ଯାଇଥିଲା।ସେହିପରି ଗତ ରବିବାର ଦିନ ଗୁଦେରପାଲି ବସଷ୍ଟାଣ୍ଡରୁ ଦୁଇ କିଲୋମିଟର ଦୂର ନୁଆଁପାଲି ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ସହ ଅନନ୍ୟ ସାତୋଟି କୋଠରୀ,ଗୋଦାମ ଗୃହ ଇତ୍ୟାଦିର ତାଲା ମାନ ଭାଙ୍ଗି ଚୋର ମାନେ ଛାତ୍ରଛାତ୍ରୀଙ୍କୁ ରୋଷେଇ କରି ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଚାଉଳ ଚୋରିକରି ନେଇଯାଇଥିବା ପ୍ରଧାନ ଶିକ୍ଷକ ଅଭୟ ଗୁରୁ ମେଲଛାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଘଟଣା ସ୍ଥଳରେ ଅନୁସନ୍ଧାନୀ କୁକୁର ସହ ମେଲଛାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ସେହିପରି ମଙ୍ଗଳବାର ରାତିରେ ପୁର୍ବ ଘଟଣା ମାନଙ୍କ ପୁନରାବୃତ୍ତି ହୋଇଛି ଝିମବାହାଲ ସ୍କୁଲରେ ଯାହା ମେଲଛାମୁଣ୍ଡା ପୁଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି।ଏହି ସ୍କୁଲରେ ମଧ୍ୟ ବିଭିନ୍ନ କୋଠରୀ ମାନଙ୍କର ୫ଟି ତାଲା ଭାଙ୍ଗି ଚୋର ମାନେ ଏମଡିଏମ ଚାଉଳ ଚୋରି କରିନେଇ ଯାଇଥିବା ପ୍ରଧାନ ଶିକ୍ଷକ ହରେକୃଷ୍ଣ ପଣ୍ଡା ମେଲଛାମୁଣ୍ଡା ପୋଲିସ ପାଖରେ ମୌଖିକ ଅଭିଯୋଗ କରିଥିବା ଜଣାପଡିଛି।

ଅନ୍ୟ ପଟରେ ଗୁଦେରପାଲି ଅଞ୍ଚଳରେ ରାସ୍ତାକଡ ମାନଙ୍କ ରେ ଖୋଲାଯାଇଥିବା କୁଚିଆ ମଦ ଏବଂ ଚାଖନା ଦୁକାନ ମାନ ବନ୍ଦ କରେଇବା ପାଇଁ ଅଞ୍ଚଳବାସୀ ପୁଲିସ ଏବଂ ଅବକାରୀ ବିଭାଗ ପାଖରେ ଯେତେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଲୁନଥିବା ଆଲୋଚନା ହେଉଛି।ଆଉଗୋଟି ପଟେ ମଦ ଏବଂ ଚାଖନା ବେପାରୀ ଜନସାଧାରଣ ଙ୍କୁ କହୁଛନ୍ତି, ତୁ ଗୁହାରି କରିବୁ ଯାହାକୁ ଆମେ ଘଇତା କରିଛୁ ତାହାକୁ।

error: Content is protected !!