Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜେଡି ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ।

ଜେଡି ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ।

ବରପାଲି-ବରପାଲି ଜେଡି ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ନୁତନ ଛାତ୍ରୀ ମାନଙ୍କ ସ୍ବାଗତତ୍ସବ ସହ ପବିତ୍ର ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗ ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା।ମୁଖ୍ୟଅତିଥି ଭାବେ ପୁର୍ବତନ ବରଗଡ଼ ଲୋକସଭା ସାଂସଦ ଡ.ପ୍ରଭାସ କୁମାର ସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ସତଶିକ୍ଷା ମୂଳକ ଦିଗଦର୍ଶନ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ହିନ୍ଦୀ ବିଭାଗ ମୁଖ୍ୟ ଅଧ୍ୟାପିକା ଜ୍ୟୋତି ସାହୁ ଅତିଥିଙ୍କ ସ୍ବାଗତ କରିବା ସହ ଅଧ୍ୟାପିକା ପିଙ୍କି ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ।

ବିଘ୍ନ ବିନାଶକ ଗଣେଶଙ୍କ ଠାରେ ଦ୍ବୀପ ପ୍ରଜ୍ବଳନ ମାଧ୍ଯମରେ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ଛାତ୍ରୀ ଶ୍ରାବଣୀ ମେହେର, ଅର୍ଚ୍ଚନା ସାହୁ, ସ୍ନେହାରାଣି ସାହୁ ସ୍ଵାଗତ ନିଜ ଅଭିଭାଷଣ ପ୍ରଦାନ କରିଥିଲେ ।ପରିଶେଷରେ ସହକର୍ମୀ ଶଶାଙ୍କ ଶେଖର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ଛାତ୍ରୀ ମାନଙ୍କ ଦ୍ୱାରା ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ନେପାଳ ବିଶ୍ଵାଲ, ଅଧ୍ୟାପିକା ନିଳୀମା ନାୟକ, ପୁନମ ସାହୁ,ସସ୍ମିତା ମେହେର, ମନୀଷା ଭୋଇ,ଶୋଭାବତୀ ଥପା,ପରିଣୀତା ସାହୁ,ସହକର୍ମୀ ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ। ମଧ୍ୟାହ୍ନ ବିରତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

error: Content is protected !!